Categories: ଜାତୀୟ

ଅନ୍ନଦାତାଙ୍କ ସହିତ ହେବ ନାହିଁ ଅନ୍ୟାୟ: ନୀତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ, ଅନ୍ନଦାତାଙ୍କ ସହିତ କୌଣସି ଅନ୍ୟାୟ ହେବ ନାହିଁ। କୃଷି ଆଇନ ସମ୍ପର୍କିତ ଉପଯୁକ୍ତ ପରାମର୍ଶକୁ ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ। ତେବେ ଆନ୍ଦୋଳନକୁ କିଛି ତତ୍ତ୍ୱ ଅଧିକ ସଙ୍କଟ ଜନକ ସ୍ଥିତିରେ ଆଣି ପହଞ୍ଚାଇଥିବା ସେ କହିଛନ୍ତି। ଚାଷୀ ସଂଗଠନଗୁଡ଼ିକ କୃଷି ଆଇନକୁ ଭଲଭାବେ ବୁଝିବା ଆବଶ୍ୟକ। କେନ୍ଦ୍ର ସରକାର ଅନ୍ନଦାତାଙ୍କ ସମସ୍ୟା ସମାଧାନ ପାଇଁ ସବୁବେଳେ ପ୍ରସ୍ତୁତ। ଗତ ୨୦ ଦିନ ଧରି ଅନ୍ନଦାତାଙ୍କୁ ଭ୍ରମିତ କରି ଦେଶବ୍ୟାପି ଆନ୍ଦୋଳନ ଜାରି ରହିଛି। ଆଲୋଚନ ମାଧ୍ୟମରେ ଏହି ସମସ୍ୟାର ସମାଧାନର ସୂତ୍ର ବାହାରିବ ବୋଲି ସେ କହିଛନ୍ତି।

Share