ଭୁବନେଶ୍ୱର,୨୯ା୮(ବ୍ୟୁରୋ)-ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ(ମେନ୍) ଏବଂ ୧୩ ତାରିଖରେ ଏନ୍ଇଇଟି(ୟୁଜି) ପ୍ରବେଶିକା ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୮ ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଏହି ସମୟ ମଧ୍ୟରେ କୌଣସି ଲକଡାଉନ ଓ ଶଟଡାଉନ ହେବ ନାହିଁ। ଏ ନେଇ ଶନିବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।