Categories: ଜାତୀୟ

ଏସ୍‌-୪୦୦ ଯୋଗାଣରେ ଅସୁବିଧା ହେବନାହିଁ

ନୂଆଦିଲ୍ଳୀ,୩।୩: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ଥିବା ଯୁଦ୍ଧ ଯୋଗୁ ରୁଷିଆ ପକ୍ଷରୁ ଭାରତକୁ ଏସ୍‌-୪୦୦ ମିଶାଇଲ ଯୋଗାଣ ବ୍ୟାହତ ହେବ ନାହିଁ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ ଡେନିସ୍‌ ଏଲିପୋଭ। ଯୁଦ୍ଧ କାରଣରୁ ବହୁ ଦେଶ ରୁଷିଆ ଉପରେ କଟକଣା ଲାଗୁ କରିଛନ୍ତି। କଟକଣା ସତ୍ତ୍ୱେ ଭାରତ ସହିତ ରୁଷିଆର ଡିଫେନ୍ସ ଡିଲ୍‌ ପ୍ରଭାବିତ ହେବନାହିଁ। ବିନା କୌଣସି ବାଧାରେ ଏସ୍‌-୪୦୦ ମିଶାଇଲ ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି। ଖାର୍କିଭରେ ପ୍ରାଣହରାଇଥିବା ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ଶୋକ ବ୍ୟକ୍ତ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ଏଲିପୋଭ କହିଛନ୍ତି। ଏଥିସହ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ସେ ପ୍ରଶଂସା କରିଛନ୍ତି।

Share