ରଣବୀର-ଆଲିଆଙ୍କର ହେବ ନାହିଁ ରିସେପଶନ, କନଫର୍ମ କଲେ ନିତୁ

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ସରିଛି । ଉଭୟ ସାତ ଜନ୍ମର ସାଥି ପାଲଟି ଯାଇଛନ୍ତି । ଗୁରୁବାର ବିବାହ ସାରି ମିଡିଆ ସାମ୍ନାରେ ଉଭୟ ୱେଡିଙ୍ଗ ଲୁକ ଦେଖାଇଛନ୍ତି । ଏବେ କପୁର ଓ ଭଟ୍ଟ ପରିବାର ପାଇଁ ଏପ୍ରିଲ ୧୪, ୨୦୨୨ ଏକ ସ୍ମୃତିର ଦିନ ପାଲଟି ଯାଇଛି । ଦୀର୍ଘ ୫ ବର୍ଷର ସମ୍ପର୍କ ପରେ ଆଲିଆ-ରଣବୀର ତାଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେଇଛନ୍ତି । ଆଲିଆ ଭଟ୍ଟ ଏବେ ଆଲିଆ କପୁର ହୋଇଯାଇଛନ୍ତି । ଧୁମଧାମରେ ହୋଇଥିବା ଏହି ବିବାହରେ ଯୋଗ ଦେଇଥିବା ଅତିଥିମାନେ ବି ଘର ବାହୁଡିଛନ୍ତି । ଏହାପରେ ଏମାନଙ୍କ ରିସେପଶନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏମାନଙ୍କ ରିସେପଶନ ହେବ ନାହିଁ ବୋଲି କନଫର୍ମ କରିଛନ୍ତି ରଣବୀରଙ୍କ ମାଆ ନିତୁ କପୁର ।
ସୂଚନା ଅନୁଯାୟୀ, ବିବାହର ସମସ୍ତ କାର୍ଯ୍ୟ ଶେଷ ହେବା ପରେ ନିତୁ କପୁର ଝିଅ ରିଦ୍ଧିମା ଓ ଜ୍ୱାଇଁ ଭରତ ସାହାନିଙ୍କ ସହ ମିଡିଆ ସାମ୍ନାକୁ ଆସିଥିଲେ । ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆଲିଆ ଓ ରଣବୀରଙ୍କୁ ବହୁତ ଶୁଭକାମନା ଦେଇଥିଲେ । ଏହାପରେ ନିତୁଙ୍କୁ ଏମାନଙ୍କ ରିସେପଶନ କଥା ପଚରାଯିବାରୁ ସେ ରିସେପଶନ ହେବ ନାହିଁ ବୋଲି କହିଥିଲେ । ନିତୁ କହିଥିଲେ ସବୁ ସରିଯାଇଛି, ଏବେ ଆପଣମାନେ ଆରାମ କରନ୍ତୁ ।

Share