ଯଦି ଏପରି କାମ କରିବେ ଜୀବନରେ ଧନର ଅଭାବ ରହିବ ନାହିଁ

ଅର୍ଥ ମଣିଷ ଜୀବନରେ ନିତ୍ୟାନ୍ତ ଆବଶ୍ୟକ। ଆଧୁନିକ ଯୁଗରେ ମଣିଷ ପାଇଁ ପ୍ରତିଟି କ୍ଷେତ୍ରରେ ଅର୍ଥ ଦରକାର ପଡୁଛି। ଯେବେ ମଣିଷ ନିକଟରେ ଅର୍ଥର ଅଭାବ ଦେଖାଯାଏ ତାର ସମସ୍ତ ଯୋଜନା ଭାଙ୍ଗିଯାଇ ଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବସ୍ତୁବାଦୀ ଯୁଗରେ ଅର୍ଥର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ଏପରି କିଛି କାମ କରୁଥିବେ ତେବେ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ ବୋଲି ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ…

ଯତ୍ନବାନ ଏବଂ ଧୈର୍ଯ୍ୟ
ଟଙ୍କା ରୋଜଗାର କ୍ଷେତ୍ରରେ ଜଣେ ବ୍ୟକ୍ତି ଯତ୍ନବାନ ଏବଂ ଧୈର୍ଯ୍ୟ ବଜାୟ ରଖିବା ଉଚିତ୍‌। ଯେଉଁ ବ୍ୟକ୍ତି ନିଜ କାର୍ଯ୍ୟକୁ ଆନ୍ତରିକତାର ସହିତ କରନ୍ତି ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୁଏ। ତେଣୁ ଟଙ୍କା ରୋଜଗାର କରିବା ପାଇଁ ଏହି ଜିନିଷଗୁଡ଼ିକୁ କେବେବି ଭୁଲିଯିବା ଉଚିତ ନୁହେଁ।

କଠିନ ପରିଶ୍ରମ
କଠିନ ପରିଶ୍ରମ ସଫଳତା ଆଣିଥାଏ। ସଫଳ ବ୍ୟକ୍ତି ପାଖରେ କଦାପି ଟଙ୍କାର ଅଭାବ ରୁହେନାହିଁ। ତେଣୁ କାମ କରିବାଠାରୁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ। ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ।

ଠିକ୍‌ ପଥ ଅନୁସରଣ କରନ୍ତୁ
ଭୁଲ ପଥରେ ଯାଇ ରୋଜଗାର କରିଥିବା ଅର୍ଥ ସ୍ଥାୟୀ ନୁହେଁ। ଏହା ବ୍ୟକ୍ତିର ଜୀବନକୁ ଭୁଲ ବାଟରେ ନେଇଯାଏ। ତେଣୁ, ଅର୍ଥ ପ୍ରସଙ୍ଗରେ, ଏହାକୁ ସର୍ବଦା ଧ୍ୟାନରେ ରଖିବା ଉଚିତ। ଠିକ ଏବଂ ଶୃଙ୍ଖଳିତ ମାର୍ଗରେ ଟଙ୍କା ରୋଜଗାର କରାଯିବା ଉଚିତ।

ଅହଙ୍କାରଠାରୁ ଦୂରରେ ରୁହନ୍ତୁ
ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ, ଧନର ଦେବୀ ଲକ୍ଷ୍ମୀ ଅହଙ୍କାରକୁ ପସନ୍ଦ କରନ୍ତି ନାହିଁ। ଯେଉଁମାନେ ଅହଙ୍କାର କରନ୍ତି, ମା’ ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କୁ ଅତି ଶୀଘ୍ର ଛାଡି ଦେଇଥାନ୍ତି। ତେଣୁ ଜଣେ ଅହଙ୍କାରଠାରୁ ଦୂରରେ ରହିବା ଉଚିତ୍‌। ଅହଙ୍କାର ଯୋଗୁ ଜଣେ ବ୍ୟକ୍ତି ନିଜର ଶତ୍ରୁମାନଙ୍କର ସଂଖ୍ୟା ବୃଦ୍ଧି କରିଥାଏ, ଯାହା ପରେ ଅସୁବିଧା ସୃଷ୍ଟି କରିଥାଏ।