ରହିବନି ଷ୍ଟ୍ରେଚ୍‌ମାର୍କ

ଚନ୍ଦନ ପ୍ୟାକ୍‌ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଏଥିପାଇଁ ଘରେ ଚନ୍ଦନ ପେଡିରେ ଏହାକୁ ଘୋରି କିମ୍ବା ମାର୍କେଟ୍‌ରେ ମିଳୁଥିବା ସ୍ୟାଣ୍ଡେଲ୍‌ ପାଉଡରରେ କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୩-୪ ଥର କରନ୍ତୁ।
ଆଲୋଭେରା: ଆଲୋଭେରା ଜେଲ୍‌କୁ ଦିନରେ ଦୁଇଥର ପେଟରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପେଟର ତ୍ୱଚା କୋମଳ ରହିବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହେବ।
ଆଳୁ ରସ: କଳା ଦାଗ ଦୂର କରିବା ପାଇଁ ଆଳୁ ରସ ଖୁବ୍‌ ଉପକାରୀ। ଏହାକୁ ପେଟରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଆଳୁରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଅଛି, ଯାହା କଳାଦାଗ ଦୂର କରି ତ୍ୱଚା ଉଜ୍ଜ୍ୱଳ କରେ ଏବଂ ଷ୍ଟ୍ରେଚ୍‌ମାର୍କ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ଲଗାଇଲେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
କାକୁଡି ରସ: କାକୁଡି ରସରେ ଭିଟାମିନ୍‌ ଏ, ବି ଓ ପୋଟାସିୟମ୍‌ ବହୁ ପରିମାଣରେ ଅଛି। ଏହାକୁ ଲଗାଇଲେ ପେଟରେ ହୋଇଥିବା କଳାଦାଗ ଓ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ।
ନଡିଆ ତେଲ: ନଡିଆ ତେଲ ନିୟମିତ ପେଟରେ ମାଲିସ୍‌ କରିବା ଦ୍ୱାରା ପେଟର ତ୍ୱଚା ନରମ ହେବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ।
ବାଦାମ: ବାଦାମ ପାଉଡର କ୍ଷୀରରେ ମିଶାଇ ପେଟରେ ଲଗାନ୍ତୁ। ବାଦାମରେ ଥିବା ଭିଡାମିନ୍‌ ଇ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବା ସହ ଷ୍ଟ୍ରେଚ୍‌ମାକ ଦୂର କରିବାରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ

ଜାମଶେଦପୁର: ସମ୍ପ୍ରତି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଲିକାଣୀ ନିଜ ପୋଷା କୁକୁରର ଜନ୍ମଦିନ ପାର୍ଟିରେ ୫ ଲକ୍ଷ ଟଙ୍କା...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

ଜୋରରେ ହସୁଛନ୍ତି କି? ହୋଇପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହୁଛି ସାଇନ୍ସ

ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଆପଣ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁରୁ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି...

ମେଦ ସମସ୍ୟା ଦୂର କରେ ଗ୍ରୀନ୍‌ ମଟର

ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି।...

୩୨ ବର୍ଷୀୟଙ୍କ ୮୭ ପିଲା

ଲସ୍‌ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ...

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri