ଚନ୍ଦନ ପ୍ୟାକ୍ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁର୍ବେଦିକ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍ ଉପକାରୀ। ଏଥିପାଇଁ ଘରେ ଚନ୍ଦନ ପେଡିରେ ଏହାକୁ ଘୋରି କିମ୍ବା ମାର୍କେଟ୍ରେ ମିଳୁଥିବା ସ୍ୟାଣ୍ଡେଲ୍ ପାଉଡରରେ କ୍ଷୀର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଷ୍ଟ୍ରେଚ୍ମାର୍କ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୩-୪ ଥର କରନ୍ତୁ।
ଆଲୋଭେରା: ଆଲୋଭେରା ଜେଲ୍କୁ ଦିନରେ ଦୁଇଥର ପେଟରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପେଟର ତ୍ୱଚା କୋମଳ ରହିବା ସହ ଷ୍ଟ୍ରେଚ୍ମାର୍କ ଦୂର ହେବ।
ଆଳୁ ରସ: କଳା ଦାଗ ଦୂର କରିବା ପାଇଁ ଆଳୁ ରସ ଖୁବ୍ ଉପକାରୀ। ଏହାକୁ ପେଟରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଆଳୁରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ସି ଅଛି, ଯାହା କଳାଦାଗ ଦୂର କରି ତ୍ୱଚା ଉଜ୍ଜ୍ୱଳ କରେ ଏବଂ ଷ୍ଟ୍ରେଚ୍ମାର୍କ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ଲଗାଇଲେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
କାକୁଡି ରସ: କାକୁଡି ରସରେ ଭିଟାମିନ୍ ଏ, ବି ଓ ପୋଟାସିୟମ୍ ବହୁ ପରିମାଣରେ ଅଛି। ଏହାକୁ ଲଗାଇଲେ ପେଟରେ ହୋଇଥିବା କଳାଦାଗ ଓ ଷ୍ଟ୍ରେଚ୍ମାର୍କ ଦୂର ହୋଇଥାଏ।
ନଡିଆ ତେଲ: ନଡିଆ ତେଲ ନିୟମିତ ପେଟରେ ମାଲିସ୍ କରିବା ଦ୍ୱାରା ପେଟର ତ୍ୱଚା ନରମ ହେବା ସହ ଷ୍ଟ୍ରେଚ୍ମାର୍କ ଦୂର ହୋଇଥାଏ।
ବାଦାମ: ବାଦାମ ପାଉଡର କ୍ଷୀରରେ ମିଶାଇ ପେଟରେ ଲଗାନ୍ତୁ। ବାଦାମରେ ଥିବା ଭିଡାମିନ୍ ଇ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବା ସହ ଷ୍ଟ୍ରେଚ୍ମାକ ଦୂର କରିବାରେ ସାହାଯ୍ୟ କରେ।