ରହିବନି ଷ୍ଟ୍ରେଚ୍‌ ମାର୍କ

ଷ୍ଟ୍ରେଚ୍‌ମାର୍କ ଆରମ୍ଭ ହେଉଥିବାର ଜଣାପଡ଼ିବା ପରେ ସେହି ସ୍ଥାନରେ ନଡ଼ିଆ ତେଲ ମାଲିସ କରନ୍ତୁ। କିଛି ଦିନ ପରେ ଷ୍ଟ୍ରେଚ ମାର୍କ ଅନେକାଂଶରେ କମ୍‌ ହୋଇଯିବ।
ଷ୍ଟ୍ରେଚ ମାର୍କ ଦୂର କରିବା ପାଇଁ ଆଲୋବେରା ଜେଲ୍‌କୁ କ୍ରିମ୍‌ ଭଳି ମସାଜ୍‌ କରନ୍ତୁ। ବାରମ୍ବାର ଏପରି ମସାଜ କରିବା ଫଳରେ ଷ୍ଟ୍ରେଚ ମାର୍କ କମ୍‌ ହେବା ସହିତ ତ୍ୱଚା ମୁଲାୟମ୍‌ ହୋଇପାରିବ।
ଚିନିକୁ ବ୍ୟବହାର କରି ଷ୍ଟ୍ରେଚ ମାର୍କକୁ ମଧ୍ୟ ଦୂର କରାଯାଇପାରିବ। ଏଥିପାଇଁ ଅଧାକପ୍‌ ଚିନିରେ ନଡିଆ ତେଲ କିମ୍ବା ବାଦାମ ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଷ୍ଟ୍ରେଚ ମାର୍କ ଉପରେ ଧୀରେ ଧୀରେ ମାଲିସ୍‌ କରନ୍ତୁ। କିଛି ସମୟ ହାଲ୍‌କା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଲଗାତର ଏପରି କରିବା ଫଳରେ ଷ୍ଟ୍ରେଚ ମାର୍କ ମଧ୍ୟ କମିଯିବ।
ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ଭିଟାମିନ୍‌-ଇ ଓ ଭିଟାମିନ୍‌-ସି ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଏହା ସହିତ ହାଲୁକା ବ୍ୟାୟାମ ମଧ୍ୟ କରନ୍ତୁ।
କମଳା ଚୋପା ଏବଂ ଲେମ୍ବୁକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ। ଏହି ଗୁଣ୍ଡରେ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରି ଷ୍ଟ୍ରେଚ ମାର୍କ ହୋଇଥିବା ସ୍ଥାନରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଧୋଇ ଦିଅନ୍ତୁ।
ହଳଦୀ ଗୁଣ୍ଡରେ ତେଲ ମିଶାଇ ଷ୍ଟ୍ରେଚ ମାର୍କ ସ୍ଥାନରେ ଲଗାନ୍ତୁ।
ଷ୍ଟ୍ରେଚ ମାର୍କ ଦୂର କରିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।
ଲେମ୍ବୁ ରସକୁ ମଧ୍ୟ ଷ୍ଟ୍ରେଚ ମାର୍କ ସ୍ଥାନରେ ଲଗାଇଲେ କେତେକାଂଶରେ କମ୍‌ କରିହେବ।