ଏ ବର୍ଷ ହେବନି ତୋଷାଳି ମେଳା, ଶିଶିର ସରସ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବ ନାହିଁ ତୋଷାଳି କ୍ରାଫ୍ଟ ମେଳା ଏବଂ ଶିଶିର ସରସ ମେଳା। ଏହି ବାଣିଜି୍ୟକ ମେଳା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନା ରହିଥିବାରୁ ସରକାର ଏହାର ଆୟୋଜନ ଉପରେ କଟକଣା ଲଗାଇଛନ୍ତି।

Share