Posted inଜାତୀୟ

ଲଭ୍‌ ଜିହାଦ୍‌ ବିରୋଧରେ ହେବ କଡ଼ା ଆଇନ

ଭୋପାଳ, ୧୮ା୧୧: ଲଭ୍‌ ଜିହାଦ୍‌ ବିରୋଧରେ ଖୁବ୍‌ଶୀଘ୍ର କଠୋର ଆଇନ ଆସିବ। ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ବିଲ୍‌ ଆସିବ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି। ଏଥିରେ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିବ। ସରକାର ଧର୍ମ ସ୍ବତନ୍ତ୍ର ବିଲ୍‌ ୨୦୨୦ ବିଧାନସଭାରେ ଆଣିବାକୁ ଯାଉଛନ୍ତି। ଭିନ୍ନ ଧର୍ମର ଯୁବତୀଙ୍କୁ ଧର୍ମାନ୍ତରୀକରଣ କରି ବଳପୂର୍ବକ ବିବାହ କରିବା ଓ ଧୋକାଦେବା ଏଣିକି ଅପରାଧ ଭାବେ ଗଣନା କରାଯିବ। ଏଥିଲାଗି ଅପରାଧୀଙ୍କୁ ଜାମିନ୍‌ ମିଳିବ ନାହିଁ। ଲଭ୍‌ ଜିହାଦ୍‌ ଏବେ ବଢ଼ୁଥିବାରୁ ଏହା ଉପରେ ସରକାର ଲଗାମ୍‌ ଲଗାଇବାକୁ ଯାଉଥିବା ମିଶ୍ର ପ୍ରକାଶ କରିଛନ୍ତି। ଭିନ୍ନ ଧର୍ମର ଯୁବତୀଙ୍କୁ ଧର୍ମାନ୍ତରୀକରଣ କରି ବଳପୂର୍ବକ ବିବାହ କରିବା ଘଟଣାରେ ପରିବାର ଲୋକେ ମାମଲା ରୁଜୁ କରିବା ବାଧ୍ୟତାମୂଳକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

କୋଟିଏ କି ୨ କୋଟି ନୁହେଁ, ଦାମ୍‌ ୨୩ କୋଟି; ଦିନକୁ ୨ ହଜାର ଟଙ୍କାର ଡ୍ରାଏଫ୍ରୁଟ୍ସ ଖାଏ ଏହି ମଇଁଷି

ଜୟପୁର,୧୫।୧୧: ଚଳିତ ବର୍ଷ ରାଜସ୍ଥାନର ପୁଷ୍କର ମେଳାରେ ଆସୁଥିବା ଲୋକଙ୍କ ପାଇଁ ହରିୟାଣାର ଏକ ମଇଁଷି ଆକର୍ଷଣର କେନ୍ଦ୍ର ପାଲଟିଛି। ଗତ ବର୍ଷ ମଧ୍ୟ ଏଠାରେ...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ମହାରାଷ୍ଟ୍ର ନିର୍ବାଚନ ପରେ ଚାଲିଯିବ ଯୋଗୀଙ୍କ ମୁଖ୍ୟମନ୍ତ୍ରୀ ଆସନ; ବଡ଼ ଦାବି କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ,୧୫ା୧୧: ଉତ୍ତରପ୍ରଦେଶର ୯ ଟି ଆସନରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ନେତାମାନଙ୍କ ମଧ୍ୟରେ ଆଲୋଚନା ସମାଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଦେଶରେ ଏହି ୩୧ ଜଣଙ୍କ ହେଲିକପ୍ଟର କେବେ ବି କରାଯାଏନି ଯାଞ୍ଚ, ନ ମାନିଲେ…

ନୂଆଦିଲ୍ଲୀ,୧୫।୧୧: ମହାରାଷ୍ଟ୍ର ନିର୍ବାଚନୀ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ନିକଟରେ ଯେତେବେଳେ ଶିବସେନା...

ସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ନୂଆଦିଲ୍ଲୀ,୧୫ା୧୧: ସ୍ତ୍ରୀ’କୁ ଅମାନୁଷିକ ମାଡ଼ ମାରୁଥିଲେ ବ୍ୟକ୍ତି, ଝଗଡା ସମାଧାନ କରିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧା। ବୁଧବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି...

ଝାଡଖଣ୍ଡରୁ ଫେରୁଥିଲେ ମୋଦି, ହଠାତ୍‌ ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି

ରାଞ୍ଚି,୧୫।୧୧: ନିର୍ବାଚନ ରାଲି ପାଇଁ ଝାଡଖଣ୍ଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସେଠାରୁ ଫେରିବାବେଳେ ତାଙ୍କ ସ୍ବତନ୍ତ୍ର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏହି କାରଣରୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri