ଭୋପାଳ, ୧୮ା୧୧: ଲଭ୍ ଜିହାଦ୍ ବିରୋଧରେ ଖୁବ୍ଶୀଘ୍ର କଠୋର ଆଇନ ଆସିବ। ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ବିଲ୍ ଆସିବ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି। ଏଥିରେ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ରହିବ। ସରକାର ଧର୍ମ ସ୍ବତନ୍ତ୍ର ବିଲ୍ ୨୦୨୦ ବିଧାନସଭାରେ ଆଣିବାକୁ ଯାଉଛନ୍ତି। ଭିନ୍ନ ଧର୍ମର ଯୁବତୀଙ୍କୁ ଧର୍ମାନ୍ତରୀକରଣ କରି ବଳପୂର୍ବକ ବିବାହ କରିବା ଓ ଧୋକାଦେବା ଏଣିକି ଅପରାଧ ଭାବେ ଗଣନା କରାଯିବ। ଏଥିଲାଗି ଅପରାଧୀଙ୍କୁ ଜାମିନ୍ ମିଳିବ ନାହିଁ। ଲଭ୍ ଜିହାଦ୍ ଏବେ ବଢ଼ୁଥିବାରୁ ଏହା ଉପରେ ସରକାର ଲଗାମ୍ ଲଗାଇବାକୁ ଯାଉଥିବା ମିଶ୍ର ପ୍ରକାଶ କରିଛନ୍ତି। ଭିନ୍ନ ଧର୍ମର ଯୁବତୀଙ୍କୁ ଧର୍ମାନ୍ତରୀକରଣ କରି ବଳପୂର୍ବକ ବିବାହ କରିବା ଘଟଣାରେ ପରିବାର ଲୋକେ ମାମଲା ରୁଜୁ କରିବା ବାଧ୍ୟତାମୂଳକ କରାଯିବ।