Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲର ହେବ ଭିଡିଓ ରେକର୍ଡିଂ, ମମତା କାହିଁକି ଚୁପ ପଚାରିଲା କଂଗ୍ରେସ…

କୋଲକାତା,୧୧।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟ ନିର୍ବାଚନ କମିଶନର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଆଧୀର ରଞ୍ଜନ ଚୌଧୁରୀ ରବିବାର ମୁର୍ସିଦାବାଦ ଜିଲାର ପାର୍ଟି କର୍ମୀ ଫୁଲଚାନ୍ଦ ଶେଖଙ୍କ ଘରକୁ ଯାଇଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସମୟରେ ଫୁଲଚାନ୍ଦଙ୍କୁ ହତ୍ୟା କରାଯାଇଥିଲା।

ଏହି ଘଟଣାକୁ ନିନ୍ଦା କରି କଂଗ୍ରେସ ନେତା ମମତା ବାନାର୍ଜୀଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ଫୁଲଚାନ୍ଦଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଜୁନ ୯, ଶୁକ୍ରବାର ଦିନ ସେମାନେ ତାସ ଖେଳୁଥିବା ବେଳେ କିଛି ଟିଏମସି ଗୁଣ୍ଡା ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ କାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଶାସକ ଦଳ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଅଧିର ରଞ୍ଜନ ମୃତକଙ୍କ ପରିବାର ସଦସ୍ୟଙ୍କୁ ହତ୍ୟାକୁ ବିରୋଧ କରିବା ସହ ନ୍ୟାୟ ଦାବି କରିବାକୁ ଆଶ୍ୱାସନା ଦେଇଛନ୍ତି। କଂଗ୍ରେସ ମଧ୍ୟ ପୋଲିସର ସୁରକ୍ଷା ଦାବି କରିଛି। ସେ କହିଛନ୍ତି ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ପୋଲିସ କହିଛି।

କଂଗ୍ରେସ ଅଭିଯୋଗ କରିଛି ଫୁଲଚାନ୍ଦଙ୍କୁ ହତ୍ୟା କରିବା ପରେ ଅପରାଧୀମାନେ ମଧ୍ୟ ତାଙ୍କ ଘରୁ ସାମଗ୍ରୀ ଲୁଟି ନେଇଥିଲେ। ଏହି ଘଟଣା ପଛରେ ସ୍ଥାନୀୟ ଟିଏମସି ନେତାମାନେ ବ୍ୟକ୍ତିଗତ ଶତ୍ରୁତା ଦାବି କରିଛନ୍ତି। ତେବେ ରବିବାର ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

Share