Categories: ଜାତୀୟ

ଭାଜପା ଜିତିଲେ ଦେଶରେ ହେବ ନାହିଁ ଦ୍ୱିତୀୟ ଥର ନିର୍ବାଚନ, ଅର୍ଥମନ୍ତ୍ରୀ ସିତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ଦାବିକୁ ନେଇ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୮।୪: ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲାଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜେ ପ୍ରଭାକରଙ୍କ ବିବୃତ୍ତିର ଭିଡିଓ ଶେୟାର କରିଛି। ଏପରିକି ମଣିପୁର ଭଳି ପରିସ୍ଥିତି ସମଗ୍ର ଦେଶରେ ହୋଇପାରେ ବୋଲି ସେ ଦାବି କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ପ୍ରଭାକରଙ୍କ ୧.୪୯ ମିନିଟର ଲମ୍ବା ଭିଡିଓ ଶେୟାର କରି କହିଛି, ଯଦି ୨୦୨୪ରେ ପୁଣଇ ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦେଶରେ କେବେବି ନିର୍ବାଚନ ହେବନାହିଁ।ଦେଶର ସମ୍ବିଧାନ ବଦଳିଯିବ। ମୋଦି ନିଜେ ଲାଲକିଲାରୁ ହେଟ୍‌ ସ୍ପିଚ ଦେବେ ଏବଂ ଲଦ୍ଦାଖ-ମଣିପୁର ପରି ପରିସ୍ଥିତି ସମଗ୍ର ଦେଶରେ ସୃଷ୍ଟି ହେବ – ପରକଲା ପ୍ରଭାକର। ଦଳ ଆହୁରି ମଧ୍ୟ କହିଛି ଯେ ପରକଲା ଜି ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ।
ସୂଚନାଯୋଗ୍ୟ, ଅର୍ଥଶାସ୍ତ୍ରୀ ପରକଲା ପ୍ରଭାକର ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରେ, ତାଙ୍କୁ ପଚରାଯାଇଥିଲା କି ଯଦି ତୃତୀୟଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗଠନ କରାଯାଏ ତେବେ କ’ଣ ହେବ। ଏହାର ଜବାବରେ ସେ କହିଥିଲେ, ଯଦି ଏମିତି ହେବ ତେବେ ସମ୍ଭାବନା ରହିଛି କି ପୁଣିଥରେ ଆପଣ ଆଉ ନିର୍ବାଚନ କଥା ଚିନ୍ତା କରିପାରିବେ ନାହିଁ। ୨୦୨୪ ନିର୍ବାଚନ ପରେ ଯଦି ଏହି ସରକାର ଆସିଲା ତେବେ ଏହାପରେ ଆଉ ନିର୍ବାଚନ ହେବ ନାହିଁ।
ପ୍ରଭାକର ଆହୁରି କହିଛନ୍ତି, ବର୍ତ୍ତମାନ ଦେଶର ଦେଶର ସମ୍ବିଧାନ ଏବଂ ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଆପଣ ଏହାକୁ ଚିହ୍ନି ମଧ୍ୟ ପାରିବେ ନାହିଁ। ବର୍ତ୍ତମାନ ଆପଣ ଏହାକୁ ପାକିସ୍ତାନକୁ ପଠାଇବା, ହତ୍ୟା କରିବା କିମ୍ବା ଏହାକୁ ନେଇଯିବା କଥା ଯାହା ଧର୍ମ ସଂସଦ ପରି ସ୍ଥାନରୁ ଶୁଣୁଛନ୍ତି, ସେ କଥା ଆପଣ ଲାଲ କିଲାରୁ ଶୁଣିବେ। ସେ କହିଛନ୍ତି, ଏହିପରି ଜିନିଷଗୁଡିକ ଉପରେ ସମ୍ପୂର୍ଣ୍ଣ ଖୋଲା ଖେଳ ହେବ। ଏହା ସବୁଠାରୁ ବଡ ବିପଦ।
ପ୍ରଭାକର ମଧ୍ୟ ମଣିପୁର ପରି ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆପଣ ଅନୁଭବ କରୁଛନ୍ତି ଯେ ମଣିପୁରରେ ହିଂସା ଘଟୁଛି, ତେଣୁ ଏଠାରେ ଏହା ହେବାର କୌଣସି ସମ୍ଭାବନା ନାହିଁ। ଆପଣଙ୍କୁ ଏହିପରି ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆଜି ମଣିପୁରରେ ଯାହା ଘଟୁଛି ତାହା ଆସନ୍ତାକାଲି ଆପଣଙ୍କ କିମ୍ବା ଆମ ସହିତ ଘଟିବ। ଏହା ରାଜ୍ୟରେ ମଧ୍ୟ ହୋଇପାରେ। ଲଦ୍ଦାଖ, ମଣିପୁର ଭଳି ପରିସ୍ଥିତି କିମ୍ବା ଚାଷୀଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଥିଲା ତାହା ନିଶ୍ଚିତ ଭାବରେ ସମଗ୍ର ଦେଶରେ ଘଟିବ।

Share