Posted inଜାତୀୟ

କଂଗ୍ରେସ ପାଇଁ ଖରାପ ଖବର

ଚଣ୍ଡିଗଡ଼,୨୨।୧୨: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ରହିଛି। ଏହି ସମୟରେ ଅନ୍ୟ ରାଜ୍ୟରୁ କଂଗ୍ରେସ ପାଇଁ ଖରାପ ଖବର ଆସିଛି। ଶନିବାର ପଟିଆଲା ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ଏକ ବିଜୟ ହାସଲ କରିଛି। ଲୋକ ସଭା ନିର୍ବାଚନ ସମୟରେ ପଞ୍ଜାବରେ କଂଗ୍ରେସର ଅବସ୍ଥା ଭଲ ଥିଲା। ନିର୍ବାଚନରେ ଜଳନ୍ଧର, ଅମୃତସର, ଲୁଧିଆନା, ପଟିଆଲା ଏବଂ ଫଗୱାରା ନିଗମରେ ଛୋଟ ମୋଟ ହିଂସା ଯୋଗୁ ପ୍ରଭାବିତ ନିର୍ବାଚନରେ ତ୍ରିଶଙ୍କୁ ଜନାଦେଶ ଆସିଥିଲା।
ପଟିଆଲାର ୬୦ଟି ୱାର୍ଡ ମଧ୍ୟରୁ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ-ଭାଜପା ନେତା ହୋଇଥିବା କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଜ ଅଞ୍ଚଳ, ଏଏପି ୪୩ରେ ଜିତିଛି, ଯାହାକି ୩୧ର ସଂଖ୍ୟାଠାରୁ ଅଧିକ। କଂଗ୍ରେସ ଏବଂ ଭାଜପା ପ୍ରତ୍ୟେକ ଚାରୋଟି ୱାର୍ଡ ଜିତିଥିବାବେଳେ ଅକାଳୀ ଦଳ ଦୁଇଟି ଜିତିଛନ୍ତି। ସାତୋଟି ୱାର୍ଡରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଦଳଗୁଡିକ ସହ ଅସନ୍ତୋଷ ଦର୍ଶାଇ ଅନ୍ୟ ଚାରିଟି ନିଗମର ସହରୀ ଭୋଟରମାନେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଦେଇ ନାହାଁନ୍ତି। ତେଣୁ ପଞ୍ଜାବରେ କଂଗ୍ରେସର ସ୍ଥିତି ମଧ୍ୟ ଭଲ ନ ଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

ପୋପ୍ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ,୨୧।୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ ୮୮ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି। ଭାଟିକାନ ସୋମବାର ଏକ...

ଶଙ୍ଖଭବନରେ ସଭାପତିଙ୍କ ହାତକୁ ପଦ୍ମଫୁଲ ବଢ଼ାଇଦେଲେ ମୁନ୍ନା, ନବୀନ ଦେଲେ ଏମିତି ପ୍ରତିକ୍ରିୟା

ଭୁବନେଶ୍ୱର,୨୧।୪: ୱକଫ୍‌ ବିଲ୍‌କୁ ନେଇ ଦଳରେ ଉଠିବା ଥିବା ଝଡ ମଧ୍ୟରେ ନବୀନ ପଟ୍ଟନାୟକ ୯ମ ଥର ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି।...

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image