ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ତାତି ଶିଥିଳ

କାମାକ୍ଷାନଗର, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୭ଟି ଗ୍ରାମକୁ ନେଇ ଓଡ଼ିଶା ଥର୍ମାଲ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଓଟିପିସିଏଲ୍‌) ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌ ପ୍ରକଳ୍ପରେ ଶିଥିଳତା ଦେଖାଦେଇଛି। ୨୦୧୧ରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ଲାଗି ପୁନର୍ବାସ କଲୋନୀ ନିର୍ମାଣ କାର୍ଯ୍ୟ ସରିଛି। ହେଲେ ପ୍ଲାଣ୍ଟ ନିର୍ମାଣ ଲାଗି ଯେଉଁ ତତ୍ପରତା ଦେଖାଯିବା କଥା, ତାହା ପରିଲକ୍ଷିତ ହେଉନାହିଁ। ଇତିମଧ୍ୟରେ ଅଧିକାଂଶ ଜମିହରା ପରିବାର ଯଦିଓ ପ୍ରାପ୍ୟ ପାଇସାରିଲେଣି, ତଥାପି ପ୍ରକଳ୍ପ ହେଲେ ଚାକିରି ପାଇବେ ବୋଲି ସେମାନେ ଯେଉଁ ଆଶା ବାନ୍ଧିଥିଲେ; ତାହା ଏବେ ମରି ମରି ଯାଉଥିବା ଅଭିଯୋଗ ହେଉଛି।
କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି, କଣ୍ଟାପାଳ, କାଟେଣି, ଧୋବାବାହାଳି, ଅଁଳାବେରେଣୀ, ଆଲୁଅଝରଣ, ଅନ୍ନପୂର୍ଣ୍ଣା ଖମାର (ଖ) ଆଦି ୭ଟି ଗ୍ରାମକୁ ନେଇ ୩୨୦୦ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ସାଧାରଣ କୋଇଲାଭିତ୍ତିକ ବିଦ୍ୟୁତ୍‌ ପ୍ରକଳ୍ପଠାରୁ ଏହା ଭିନ୍ନ ହେବ। ଏଥିରେ ଅତ୍ୟାଧୁନିକ ସୁପର କ୍ରିଟିକାଲ ଜ୍ଞାନକୌଶଳ ଉପଯୋଗ କରାଯିବାକୁ ନିଷ୍ପତ୍ତି ହେବା ପରେ ପ୍ରକଳ୍ପର ସମ୍ପୂର୍ଣ୍ଣ ଦାୟିତ୍ୱ ଓଟିପିସିଏଲ୍‌କୁ ଦିଆଯାଇଥିଲା। ଏହି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ପ୍ରାୟ ୭୯୭ ହେକ୍ଟର ଜମିର ଆବଶ୍ୟକତା ଥିଲା। ତନ୍ମଧ୍ୟରେ ୪୦୦ ହେକ୍ଟର ସରକାରୀ, ୪୪ ହେକ୍ଟର ଜଙ୍ଗଲ କିସମ ଏବଂ ୯୮୩ ଏକର ଘରୋଇ ଜମି ରହିଛି। ଇତିମଧ୍ୟରେ ୭୫୫.୨୨୫ ଏକର ଘରୋଇ ଜମି ଏବଂ ୬୩୫.୨୪୨ ଏକର ସରକାରୀ ଜମି ଓଟିପିସିଏଲ୍‌୍‌ ହାତକୁ ନେଇସାରିଛି। ଘରୋଇ ଜମି ମଧ୍ୟରୁ ଆଲୁଅଝରଣର ୧.୧୦, ଅଁଳାବେରେଣୀର ୭୪.୩୨, ଧୋବାବାହାଳିର ୫.୮୯, କାଟେଣିର ୨୫.୭୨, କଣ୍ଟାପାଳର ୪୫.୪୭, କୁସୁମଯୋଡ଼ିର ୨୩୨.୩୧, ଅନ୍ନପୂର୍ଣ୍ଣା ଖମାର (ଖ)ର ୩୮୧.୪୧୫ ଏକର ଜମି ଅଧିଗ୍ରହଣ ହୋଇଛି। ପ୍ରକଳ୍ପରେ ବିସ୍ଥାପିତ ହେବାକୁ ଥିବା ଅନ୍ନପୂର୍ଣ୍ଣା ଖମାର (ଖ) ଗ୍ରାମର ୧୩୩ ପରିବାର ଲାଗି ପୁନର୍ବାସ ଓ ଥଇଥାନ କଲୋନୀ ନିର୍ମାଣ କରାଯାଇଛି। ବଜାର ନିମନ୍ତେ ଜମି ଅଧିଗ୍ରହଣ ଶେଷ ହୋଇ ପାଚେରି ନିର୍ମାଣ କାମ ସରିଛି। ହେଲେ ପ୍ରକଳ୍ପ କାମ କେବଳ ଜମି ଅଧିଗ୍ରହଣ, ପୁନର୍ବାସ କଲୋନୀ ନିର୍ମାଣ ଏବଂ ସୀମିତ ଭିତ୍ତିଭୂମି ବିକାଶରେ ଅଟକି ରହିଛି। କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ପରିସରରେ ଜମି ଅଧିଗ୍ରହଣ ବାବଦ ପ୍ରାପ୍ୟ ପ୍ରଦାନ ଲାଗି ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲେ ମଧ୍ୟ ଅଧିକାରୀଙ୍କ ନିକଟରେ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ କୌଣସି ତଥ୍ୟ ନାହିଁ। ଅଧିକୃତ ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ଇଟା ଖଣ୍ଡେ ମଧ୍ୟ ପଡ଼ିନାହିଁ। ପୁନର୍ବସତି ଥଇଥାନ ନୀତି-୨୦୦୬ ଅନୁଯାୟୀ କୌଣସି ପ୍ରକଳ୍ପରେ ଜମି ହରାଇଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବାକୁ ନିୟମ ରହିଛି। ହେଲେ ଓଟିପିସିଏଲ୍‌ ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୭ ଗ୍ରାମର ପରିବାର କମ୍ପାନୀ ହାତକୁ ଜାଗା ଟେକିଦେଇ ଆଶା ଆଶଙ୍କାରେ ଦିନ ବିତାଉଛନ୍ତି।
ଏ ନେଇ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତ, ପ୍ରକଳ୍ପ ନିର୍ମାଣ କରାଯିବା ଉପରସ୍ତରର ନିଷ୍ପତ୍ତି। ଆମେ କେବଳ ଉପରୁ ଆସୁଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରହିଛୁ। କମ୍ପାନୀ ହେବ କି ନାହିଁ, ସେ ନିଷ୍ପତ୍ତି ସରକାର ନେବେ। ହେଲେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରାୟ ସରିଛି। ପୁନର୍ବସତି କଲୋନୀ ନିର୍ମାଣ ହୋଇଛି। ଓଟିପିସିଏଲ୍‌ ପକ୍ଷରୁ ପ୍ରକଳ୍ପ ନିର୍ମାଣ ନ ହେଲେ ଓଟିପିସିଏଲ୍‌୍‌ ମାଧ୍ୟମରେ ଅନ୍ୟ କମ୍ପାନୀ ଆସି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri