ବୁଗୁଡ଼ା,୨୨।୫(ଡି.ଏନ୍.ଏ): ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଏନ୍ଏସି ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଲୋକଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏନ୍ଏସିର ୩,୯ ଓ ୧୧ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ବିଭିନ୍ନ ସାହିର ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ସହ ଅକ୍ସିଜେନ ସ୍ତର ଯାଞ୍ଚ କରାଯାଉଛି। ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଉକ୍ତ ପରୀକ୍ଷଣ କାର୍ଯ୍ୟକ୍ରମରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ସମେତ ଏନ୍ଏସି କର୍ମଚାରୀ ପ୍ରମୁଖ ନିୟୋଜିତ ଅଛନ୍ତି। ଅନ୍ୟ ଓ୍ବାର୍ଡଗୁଡିକରେ ମଧ୍ୟ ଏହି ପରୀକ୍ଷଣ କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।