ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ ଗରମ ହେଲେ କଡ଼େଇରେ ଥିବା ପାଣି ଗରମ ହୁଏ। ଅର୍ଥାତ୍‌ ପାଣିର ତାପମାତ୍ରା ବଢ଼େ। ତାପମାତ୍ରାକୁ ମାପିବା ପାଇଁ ଥର୍ମୋମିଟର ବ୍ୟବହାର କରାଯାଏ। ତାପମାତ୍ରା ମାପକୁ ଆମେ ଡିଗ୍ରୀ ସେଣ୍ଟିଗ୍ରେଡ୍‌, ଡିଗ୍ରୀ ଫାରେନ୍‌ହାଇଟ୍‌ ବା କେଲଭିନ୍‌ ଏକକରେ ପ୍ରକାଶ କରୁ। ସାଧାରଣତଃ ପାଣିର ତାପମାତ୍ରା ୨୫ ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଥାଏ। ନିଆଁରେ ଗରମ କଲେ ପାଣିର ତାପମାତ୍ରା ବଢ଼ି ବଢ଼ି ଯେତେବେଳେ ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ପହଞ୍ଚତ୍ୟାଏ, ସେତେବେଳେ ପାଣି ଫୁଟିବା ଆରମ୍ଭ କରେ। ପ୍ରତିଦିନର ତାପମାତ୍ରା ମାପିବା ପାଇଁ ମଧ୍ୟ ଥର୍ମୋମିଟର ବ୍ୟବହାର କରାଯାଏ। ଜ୍ୱର ସମୟରେ ଆମ ଜିଭ ତଳେ ଥର୍ମୋମିଟର ରଖି ଦେହର ତାପମାତ୍ରା ମାପ କରାଯାଏ। ସାଧାରଣତଃ ଆମ ଦେହର ତାପମାତ୍ରା ୩୭ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବା ୯୮.୬ ଡିଗ୍ରୀ ଫାରେନ୍‌ହାଇଟ୍‌ ରହିବା କଥା। ଜ୍ୱର ଥିଲେ ଥର୍ମୋମିଟର ଅଧିକ ଦେଖାଏ।
ଯେମିତି ଶରୀରର ତାପ ମାପିବା ପାଇଁ ଥର୍ମୋମିଟର ବ୍ୟବହାର କରାଯାଏ, ସେମିତି ବାୟୁମଣ୍ଡଳର ଚାପ ମାପିବା ପାଇଁ ବାରୋମିଟର ବ୍ୟବହାର କରାଯାଏ। ବାୟୁମଣ୍ଡଳରେ ଥିବା ବାୟୁର ଓଜନ ଅଛି। ତେଣୁ ବାୟୁ ସମସ୍ତଙ୍କ ଉପରେ ଚାପ ପକାଏ। ଚାପକୁ ମାପିବା ଲାଗି ସାଧାରଣତଃ ପାସ୍କାଲ, ବର୍ଗମିଟର ପ୍ରତି ନିଉଟନ୍‌ ଓ ବାର୍‌ ଏକକ ବ୍ୟବହୃତ ହୁଏ। ପାଗ ସାଧାରଣ ଥିଲେ ବାୟୁମଣ୍ଡଳର ଚାପ ପ୍ରାୟ ୧ ବାର୍‌ ଥାଏ, ଯାହାକି ୧ ବର୍ଗ ମିଟର ଅଞ୍ଚଳ ଉପରେ ପଡୁଥିବା ୧ ଲକ୍ଷ ନିଉଟନ୍‌ ବଳ ସହିତ ସମାନ।
କୌଣସି ଅଞ୍ଚଳର ପାଗ ବିଷୟରେ ଜାଣିବା ପାଇଁ ଥର୍ମୋମିଟର ଓ ବାରୋମିଟର ଦରକାର ହୁଏ। କିଛି ସମୟ ପାଇଁ ଗୋଟିଏ ସ୍ଥାନର ବାୟୁମଣ୍ଡଳର ଅବସ୍ଥାକୁ ‘ପାଗ’ (ୱେଦର) ବୋଲି କୁହାଯାଏ। ପାଗ କହିଲେ ବାୟୁମଣ୍ଡଳର ତାପ, ଚାପ, ଆର୍ଦ୍ରତା, ବାୟୁପ୍ରବାହ, ବାଦଲର ପରିସ୍ଥିତି ଇତ୍ୟାଦି ବିଷୟକୁ ବୁଝାଯାଏ। ଗୋଟିଏ ପ୍ରକାରର ପାଗ ବହୁ ଦିନ ଧରି (ସାଧାରଣତଃ ୩୦ ବର୍ଷ) ଅନୁଭୂତ ହେଲେ, ତାହାକୁ ସେଇ ଅଞ୍ଚଳର ‘ଜଳବାୟୁ’ (କ୍ଲାଇମେଟ୍‌) ବୋଲି ଧରି ନିଆଯାଏ। ପ୍ରତିଦିନ ରେଡିଓ ଓ ଟିଭିରେ ପାଗ ବିଷୟରେ ସୂଚନା ଦିଏ। କୌଣସି ପର୍ବପର୍ବାଣି ଥିଲେ ବା ବାହାରକୁ ଯିବାର ଥିଲେ ଆମେ ପାଗ ବିଷୟରେ ଖବର ରଖୁ। ବ୍ୟବସାୟୀ, ମତ୍ସ୍ୟଜୀବୀ, ଉଡ଼ାଜାହାଜ ପାଇଲଟ୍‌ ଏପରିକି ଜଣେ ସାଧାରଣ କୃଷକ ପାଇଁ ମଧ୍ୟ ପ୍ରତ୍ୟେକ ଦିନର ପାଗ ଜାଣିବା ନିହାତି ଜରୁରୀ। ଦିନକ ଭିତରେ ଅନେକ ଥର ପାଗର ପରିବର୍ତ୍ତନ ଘଟିପାରେ। ସେହି ଦୃଷ୍ଟିରୁ ଭାବିଲେ, ବର୍ଷ ବର୍ଷ ଧରି ପ୍ରତିଦିନର ପାଗ ବିଷୟରେ କିଛି ଲେଖି ରଖିବା କଥାଟା ଆମକୁ ଅଡୁଆ ଲାଗିପାରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ରସାୟନବିତ୍‌ ଜନ୍‌ ଡାଲ୍‌ଟନ ନିଜର ବୈଜ୍ଞାନିକ ଜୀବନର ବ୍ୟସ୍ତତା ଭିତରେ ମଧ୍ୟ ଦୀର୍ଘ ୫୭ ବର୍ଷ ଧରି ପ୍ରତିଦିନର ପାଗ ବିଷୟରେ ଟିପି ରଖୁଥିଲେ।
ଜନ୍‌ ଡାଲ୍‌ଟନ ୧୭୬୬ ମସିହା ସେପ୍ଟେମ୍ବର ୬ ତାରିଖରେ ଇଂଲଣ୍ଡର ଇଗଲ୍‌ସଫିଲ୍‌ଡ ନାମକ ନିପଟ ମଫସଲ ଗାଆଁରେ ଜନ୍ମ ହୋଇଥିଲେ। ତାଙ୍କର ‘ପରମାଣୁ ତତ୍ତ୍ୱ’ ସାରା ପୃଥିବୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେ ପାଗ ବିଷୟରେ ନୂଆ ନୂଆ କିଛି ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥିଲେ। ଥର୍ମୋମିଟର ସାହାଯ୍ୟରେ ସେ ପ୍ରତିଦିନର ତାପମାତ୍ରା ମାପୁଥିଲେ ଏବଂ ବାରୋମିଟର ଦ୍ୱାରା ବାୟୁମଣ୍ଡଳୀୟ ଚାପ ମାପି ରଖୁଥିଲେ। ତାଙ୍କର ସବୁଠାରୁ ପ୍ରିୟ ବସ୍ତୁ ଥିଲା ତାଙ୍କ ଟିପାଖାତା। ବାୟୁମଣ୍ଡଳୀୟ ଚାପ ଓ ତାପମାତ୍ରା ମାପିଲା ପରେ ସେହି ଟିପାଖାତାରେ ସେ ପ୍ରତିଦିନର ପାଗ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ଲେଖି ରଖୁଥିଲେ। ପାଣିପାଗ ସମ୍ପର୍କରେ ୧୭୯୩ ମସିହାରେ ତାଙ୍କର ଗୋଟିଏ ବହି ପ୍ରକାଶିତ ହୋଇଥିଲା, ଯାହାର ନାମ ଥିଲା- ‘ମେଟେରୋଲୋଜିକାଲ ଅବ୍‌ଜରଭେଶନ୍‌ ଆଣ୍ଡ୍‌ ଆସେଜ୍‌’। ୧୮୪୪ ମସିହା ଜୁଲାଇ ୨୭ ତାରିଖରେ ତାଙ୍କର ମୃତ୍ୟୁ ହେଲା। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ତାଙ୍କର ଥର୍ମୋମିଟର ଓ ବାରୋମିଟର ପାଠ୍ୟାଙ୍କ ଟିପିବାକୁ ଭୁଲି ନଥିଲେ। ମୃତ୍ୟୁବରଣ କରିବାର ମାତ୍ର କିଛିକ୍ଷଣ ପୂର୍ବରୁ ଥରି ଥରି ଲେଖିଥିଲେ, ‘ସାମାନ୍ୟ ବୃଷ୍ଟି ଆଜି ସନ୍ଧ୍ୟାରେ…’। ସେଇ ଦିନକୁ ମିଶାଇ ତାଙ୍କର ପ୍ରିୟ ଟିପାଖାତାରେ ସେ ସମୁଦାୟ ୨୦,୦୦୦ଟି ପାଗ ବିଷୟରେ ଟିପ୍ପଣୀ ଲେଖିଥିଲେ।

ଡ. କମଳାକାନ୍ତ ଜେନା
-ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ ଭଦ୍ରକ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri