ଟଙ୍କାପଇସାରେ ଅଭାବ ହେବାକୁ କିଏ ବା ଚାହେଁ। ଏହି କ୍ରମରେ ମନୁଷ୍ୟକୁ ଧନପ୍ରାପ୍ତିକୁ ନେଇ ଅନେକ ସଙ୍କେତ ମିଳିଥାଏ। ଆଜିର ଆଲୋଚନାରେ ସେଭଳି କିଛି ସଙ୍କେତ ବିଷୟରେ କଥା ହେବା।
-ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ କଳା ରଙ୍ଗର ଜନ୍ଦା ଗୋଲ ହୋଇ କିଛି ଖାଉଛନ୍ତି ତେବେ ତାହା ଧନପ୍ରାପ୍ତିର ସଙ୍କେତ ହୋଇଥାଏ। ଏଣୁ ଅଟାରେ ଚିନି ମିଶାଇ ଜନ୍ଦାମାନଙ୍କୁ ହାତ ଯୋଡ଼ି ଭୋଗ ଲଗାନ୍ତୁ।
-ଘରେ ଯଦି ପକ୍ଷୀ ବସା ବାନ୍ଧେ ତେବେ ତାହା ଶୁଭ ହୋଇଥାଏ। ଏପରି କିଛି ହୋଇଥିଲେ ଧନପ୍ରାପ୍ତିର ଯୋଗ ରହିଥିବା ଜାଣିନିଅନ୍ତୁ।
-ଯଦି କୁକୁର ମୁହଁରେ ରୁଟି ଥିବା ଦେଖନ୍ତି ତେବେ ତାହା ଶୁଭ ସଙ୍କେତ। ଏଭଳି କିଛି ଦେଖିଲେ ଶୀଘ୍ର ଧନପ୍ରାପ୍ତିର ଯୋଗ ଥାଏ।
-ହାତ କୁଣ୍ଡାଇ ହେଲେ ଧନପ୍ରାପ୍ତିର ଯୋଗ ରହିଥାଏ।
-ସକାଳେ ନଚେତ ସନ୍ଧ୍ୟାରେ ଶଙ୍ଖର ଧ୍ୱନୀ ଶୁଣିବା ଶୁଭଙ୍କର। ଏପରି କିଛି ଶୁଣିଲେ ଧନପ୍ରାପ୍ତିର ଯୋଗ ଥାଏ।
-ସ୍ବପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ସାପ, ଗୋଲାପ, ଶଙ୍ଖ ଆଦି ଦେଖିଲେ ମା’ ଲକ୍ଷ୍ମୀଙ୍କର କୃପା ମିଳିବ ବୋଲି ବୁଝିନେବା ଉଚିତ।
-ଘର ଆଖପାଖରେ ପେଚା ବାରମ୍ବାର ଦେଖାଯାଉଥିଲେ ବହୁତ ଧନ ମିଳିବାର ସଙ୍କେତ ଥାଏ।
-ଘରୁ ବାହାରୁ ଥିବା ବେଳେ ଆଖୁ କିମ୍ବା କେହି ବ୍ୟକ୍ତି ଝାଡ଼ୁ କରୁଥିଲେ ତାହା ଶୁଭ। ଏହା ଧନପ୍ରାପ୍ତିର ପୂର୍ବ ସଙ୍କେତ।