Categories: ଫୁରସତ

ବିଶ୍ୱର ଏହି ୧୧ ଦେଶ ବଦଳାଇଛନ୍ତି ନିଜର ନାମ, ଏବେ ‘ଭାରତ’କୁ ନେଇ…

ଦେଶର ନାମ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ବିରୋଧୀ ଦଳ ଏ ହାକୁ ବିରୋଧ କରୁଥିବା ବେଳେ ଅନେକ କଳାକାର, ରାଜନେତା, କ୍ରିକେଟର ସମର୍ଥନ କରୁଛନ୍ତି। ଏସବୁ ଭିତରେ ଆସନ୍ତୁ ଜାଣିବା ଦୁନିଆର ୧୧ ଦେଶ ବିଷୟରେ, ଯାହାର ନାମ ବଦଳିଛି।
ଆଜିର ଥାଇଲାଣ୍ଡ ପ୍ରଥମେ ସାୟମ ନାମରେ ଜଣାଶୁଣା ଥିଲା। ୧୯୩୯ରେ ଏହାର ନାମ ପରିବର୍ତ୍ତନ ହୋଇଥିଲା। କମ୍ବୋଡିଆର ପୂରୁଣା ନାମ ଡେମୋକ୍ରେଟିକ୍‌ କମ୍ପ୍ୟୁଚିୟା ଥିଲା। ୧୯୯୩ରେ ଏହା ନାମ ବଦଳାଇଥିଲା। ଭାରତର ପଡୋଶୀ ଦେଶ ମିଆଁମାରର ପୁରୁଣା ନାମ ବର୍ମା। ୧୯୮୯ରେ ଏହାର ନାମ ବଦଳିଥିଲା। ନେଦରଲ୍ୟାଣ୍ଡର ପୁରୁଣା ନାମ ହଲ୍ୟାଣ୍ଡ ଥିଲା। ୨୦୨୦ରେ ଏହା ନାମ ବଦଳିଥିଲା। ଆୟରଲ୍ୟାଣ୍ଡକୁ ପ୍ରଥମେ ଆୟରିଶ ଫ୍ରି ଷ୍ଟେଟ୍‌ରେ ଲୋକ ଜାଣୁଥିଲେ। ୧୯୩୭ରେ ଏହା ନାମ ବଦଳିଥିଲା। ଶ୍ରୀଲଙ୍କାର ପୁରୁଣା ନାମ ସିଲୋନ ଥିଲା। ୨୦୧୧ରେ ଏହାର ନାମ ଆଧିକାରିକ ଭାବେ ବଦଳିଥିଲା। ୨୦୧ରେ ଦ ରିପବ୍ଲିକ୍‌ ଅଫ୍‌ ମୈସିଡୋନିଆର ନାମ ବଦଳି ଦ ରିପବ୍ଲିକ ଅଫ୍‌ ନର୍ଥ ମୈସିଡୋନିଆ ହୋଇଥିଲା। ଏସ୍ବାଟିନିର ପୁରୁଣା ନାମ ସ୍ବାଜିଲ୍ୟାଣ୍ଡ ଥିଲା। ୨୦୧୮ରେ ଏହା ନାମ ବଦଳିଥିଲା। ଜିମ୍ବାଓ୍ବେର ପୁରୁଣା ନାମ ରୋଡେସିଆ ଥିଲା। ୧୯୮୦ ଯାଏ ଏହା ରହିଥିଲା। ଚେଚିଆର ପୁରୁଣା ନାମ ଚେକ ରିପବ୍ଲିକ୍‌ ଥିଲା। ୧୯୯୩ରେ ଏହାର ନାମ ବଦଳିଥିଲା।
Share