Categories: ଖେଳ

୨୦୨୪ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ୧୫ ଦଳ

ନୂଆଦିଲ୍ଲୀ,୨୮।୭: ୨୦୨୪ ଆଇସିସି ଟି -୨୦ ବିଶ୍ୱକପ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ମୋଟ ୧୫ଟି ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ବର୍ତ୍ତମାନ କେବଳ ପାଞ୍ଚଟି ସ୍ପଟ୍‌ ବାକି ଅଛି।

୨୦୨୪ ଟି -୨୦ ବିଶ୍ୱକପ ପାଇଁ ଏlବେ ପର୍ଯ୍ୟନ୍ତ ୨୦୨୨ଟି -୨୦ ବିଶ୍ୱକପର ଶ୍ରେଷ୍ଠ ୮ ଟିମ ଏବଂ ଆଇସିସି ଟି -୨୦ ଶ୍ରେଷ୍ଠ ୧୦ ଟିମର ଅବଶିଷ୍ଟ ଦୁଇଟି ଦଳ ଆୟୋଜକ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ସିଧାସଳଖ ପ୍ରବେଶ କରିଛନ୍ତି। ଏହା ବ୍ୟତୀତ ତିନିଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଖେଳି ଯୋଗ୍ୟତା ହାସଲ କରିଛନ୍ତି।

ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଅବଶିଷ୍ଟ ପାଞ୍ଚଟି ସ୍ପଟର ନିଷ୍ପତ୍ତି ଆମେରିକା କ୍ୱାଲିଫାୟର୍‌, ଏସିଆ କ୍ୱାଲିଫାୟର୍‌ ଏବଂ ଆଫ୍ରିକା କ୍ୱାଲିଫାୟରରୁ ସ୍ଥିର କରାଯିବ। ଆମେରିକାର ଗୋଟିଏ ଦଳ ଏବଂ ଏସିଆ ଏବଂ ଆଫ୍ରିକାର ଦୁଇଟି ଦଳ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଟିକେଟ ପାଇବେ। ୨୦୨୩ ଡିସେମ୍ବର ୧ ସୁଦ୍ଧା ୨୦୨୪ ଟି -୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ଟି ଦଳର ନାମ ସ୍ପଷ୍ଟ ହୋଇଯିବ।

ଆୟୋଜକ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ବ୍ୟତିତ ଭାରତ, ଇଂଲଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ୨୦୨୪ଟି -୨୦ ବିଶ୍ୱକପରେ ସ୍ଥାନ ପାଇଛନ୍ତି।

Share