Categories: ଫୁରସତ

ଏହି ୨ ଆପ୍‌ ଦେବ ମାଗଣା ଇଣ୍ଟରନେଟ୍‌ ସୁବିଧା, ନେଟ୍‌ ପ୍ୟାକ୍‌ ସରିଗଲେ ବି ନାହିଁ ଚିନ୍ତା…

ନୂଆଦିଲ୍ଲୀ,୩୦।୬: ଏବେ ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌। ଧୀରେଧୀରେ ସୋସିଆଲ ମିଡ଼ିଆ ସହିତ ନିରନ୍ତର ସଂଯୋଗରେ ରହୁଥିବା ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବେଳେବେଳେ ନେଟ୍‌ ପ୍ୟାକ୍‌ ସରିଯାଉଥିବାରୁ ୟୁଜର ସମସ୍ୟାରେ ପଡ଼ିଥାନ୍ତି। ତେବେ ଏଭଳି ୨ଟି ଆପ୍‌ ରହିଛି ଯାହାକି ମାଗଣାରେ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେଇଥାଏ। ଓ୍ବାଇଫାଇ ରାଓଟର ଡିଫଲ୍ଟ୍‌ ପାସ୍‌ଓ୍ବାର୍ଡ ଫାଇଣ୍ଡର ଆପ୍‌ ଦ୍ୱାରା ସହଜରେ ଅନ୍ୟ ଜଣକ ଓ୍ବାଇଫାଇ ହ୍ୟାକ୍‌ କରିହୋଇଥାଏ। ଏହି ଆପ୍‌ ୟୁଜରନେମ୍‌, ପାସ୍‌ଓ୍ବାର୍ଡ, ଆକ୍ସେସ୍‌ ଏବଂ ରାଓଟର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ। ଏହି ଆପ୍‌ ମାଧ୍ୟମରେ ଅଫ୍‌ ଲାଇନ୍‌ରେ ଏସବୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରି ହୋଇଥାଏ। ସେହିଭଳ ଫ୍ରି ଇଣ୍ଟରନେଟ୍‌ ଓ୍ବାଇଫାଇ କନେକ୍ଟ୍‌ ଆପ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସୁବିଧା ମାଗଣାରେ ମିଳିଥାଏ। ୧୦ ନିୟୁତରୁ ଅଧିକ ୟୁଜରଙ୍କୁ ନେଇ ଏହା ମାଧ୍ୟମରେ ଏକ ଫ୍ରି ଓ୍ବାଇଫାଇ କମ୍ୟୁନିଟି ଗଠନ କରାଯାଇଛି। ୟୁଜରମାନେ ନିଜର ଇଣ୍ଟରନେଟ୍‌ ଶେୟାର କରିଥାନ୍ତି। ଏହି ମାପ୍‌ ସହାୟତାରେ ଓପନ ହଟ୍‌ସ୍ପଟ୍‌କୁ ମଧ୍ୟ ଆକ୍ସେସ୍‌ କରିବା ସହଜ ହୋଇଥାଏ।

Share