ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ମାତ୍ର କ’ଣ ଆପଣ ଜାଣନ୍ତି ପୁରୁଷଙ୍କ ପୋଷାକର ରଙ୍ଗ ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଏକ ମନୋବିଜ୍ଞାନ ଗବେଷକଙ୍କ ମତରେ ଏହି ୩ ରଙ୍ଗର ପୋଷାକ ପିନ୍ଧି ଆକର୍ଷିତ ଲାଗିଥାନ୍ତି ପୁଅ। ଜାଣନ୍ତୁ ସେ ସମ୍ପର୍କରେ…

ନାଲି : ଅନ୍ୟ ରଙ୍ଗ ତୁଳନାରେ ଅଧିକାଂଶ ଲୋକ ନାଲି ରଙ୍ଗକୁ ଶୀଘ୍ର ନୋଟିସ କରିଥାନ୍ତି। ଝିଅଙ୍କୁ ଏହି ରଙ୍ଗ ବେଶି ପସନ୍ଦ ଆସିଥାଏ। ଅପରପକ୍ଷେ ନାଲି ରଙ୍ଗ ଆତ୍ମବିଶ୍ୱାସର ପ୍ରତୀକ ହୋଇଥାଏ। ପୁଅ ଏହି ରଙ୍ଗର ପୋଷାକ ପିନ୍ଧିଲେ ଝିଅଙ୍କ ନଜରକୁ ସହଜରେ ଆସିପାରିବେ।

କଳା: କଳା ରଙ୍ଗ ଝିଅଙ୍କ ଅଧିକ ପସନ୍ଦ ହୋଇଥାଏ। ଏଥିଯୋଗୁ ପ୍ରଥମ ଡେଟ୍‌ରେ ପୁଅମାନେ କଳା ରଙ୍ଗ ପୋଷାକ ପିନ୍ଧିବା ଲାଭ ଦାୟକ ହୋଇଥାଏ। ଏହା ପିନ୍ଧିିବା ଦ୍ୱାରା ସେମାନେ ଅଧିକ ସୁନ୍ଦର ଲାଗିଥାନ୍ତି।

ନୀଳ: କଳା ଓ ନାଲି ରଙ୍ଗଠାରୁ ବ୍ଲୁ ବା ନୀଳ ରଙ୍ଗ ପୁଅଙ୍କୁ ଅଧିକ ସୁନ୍ଦର ମାନିଥାଏ। ଏହାକୁ ପିନ୍ଧିଲେ ପୁଅ ବୁଦ୍ଧିମାନ ଲାଗନ୍ତି। ଏହି ରଙ୍ଗ ଝିଅଙ୍କୁ ଅଧିକ ପସନ୍ଦ ଆସିଥାଏ।