Categories: ଖେଳ

ରାତାରାତି ବ୍ୟାଟ୍ସମ୍ୟାନ୍‌ରୁ ବୋଲର୍‌ ସାଜିଲେ ଏହି ୩ କ୍ରିକେଟର୍‌: ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

ପାଲେକେଲ,୩୧।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂ ବୋଲିଂରେ ଭାରତର ବିଜୟ ହିରୋ ହେବାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକଦା ବିଜୟ ପାଇଁ ଶ୍ରୀଲଙ୍କା ୧୨ଟି ବଲରୁ ୯ରନ ଆବଶ୍ୟକ କରୁଥିବା ବେଳେ ୬ ଉଇକେଟ ବାକି ଥାଇ ମଧ୍ୟ ଦଳ ମ୍ୟାଚ୍‌ ଜିତି ପାରି ନ ଥିଲା। ୧୯ ଓଭରରେ ରିଙ୍କୁ ସିଂ ବୋଲିଂ କରିବାକୁ ଆସି ତିନି ରନ ପାଇଁ ଦୁଇଟି ଉଇକେଟ୍‌ ନେଇଥିଲେ। ଶେଷ ଓଭରରେ ଶ୍ରୀଲଙ୍କା ୬ ରନ ଆବଶ୍ୟକ କରୁଥିଲା। ସୂର୍ଯ୍ୟକୁମାର ବୋଲିଂ କରିବାକୁ ଆସି ଶେଷ ଓଭରରେ ଦୁଇଟି ଉଇକେଟ ନେବାରେ ସଫଳ ହୋଇଥିଲେ। ସୁପରଓଭରରେ ଶ୍ରୀଲଙ୍କା ଦଳ ମାତ୍ର ଦୁଇଟି ରନ ସ୍କୋର କରିପାରିଥିଲା ଏବଂ ଭାରତ ତିନି ରନରେ ଲକ୍ଷ୍ୟ ହାସଲ କରିଥିଲା। ଭାରତ ଏକ ରୋମାଞ୍ଚକର ମ୍ୟାଚ ଜିତିବାରେ ସଫଳ ହୋଇଥିଲା ।
ଭାରତର ଏହି ବିଜୟ ପରେ ସୋସିଆଲ ମିଡିଆରେ ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସ୍ପିନ ମ୍ୟାଜିକ୍ସରେ ପରିଣତ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା। ଜଣେ ୟୁଜର୍ସ ଏପରିକି ରିଙ୍କୁ ସିଂ, ସୂର୍ଯ୍ୟକୁମାର ଯାଦବ ଏବଂ ରିୟାନ ପରାଗଙ୍କୁ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ, ମୁଥିୟା ମୁରଲୀଧରଣ ଏବଂ ସେନ୍‌ ୱାର୍ନଙ୍କ ତୁଳନା କରିଥିଲେ।

Share