ଏହି ୩ ଜିଲା ରହିବ ଉତ୍ତପ୍ତ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ସାରା ରାଜ୍ୟ ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛି। ୨ ଦିନ ହେଲା ରାଜ୍ୟର ଅଧିକାଂଶ ସହରରେ ତାପମାତ୍ର ୪୦ଡିଗ୍ରୀ ଉପରେ ରହୁଛି। ସକାଳ ୭ଟାରୁ ତାତି ଅନୁଭୂତି ହେଉଥିବା ବେଳେ ଅପରାହ୍ନରେ ବାହାରକୁ ବାହାରିବା କଷ୍ଟ ହୋଇପଡ଼ିଛି। ଆସନ୍ତା ୨୪ଘଣ୍ଟା ନୟାଗଡ଼, ଖୋର୍ଦ୍ଧା ଓ କଟକ ଆଦି ୩ ଜିଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏ ସମସ୍ତ ଜିଲାକୁ ଗ୍ରୀଷ୍ଣ ପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସାଧାରଣ ଜନତାଙ୍କ ପାଇଁ କେତେକ ପରାମର୍ଶ ଦିଆଯାଇଛି। ସାଧାରଣ ଜନତାଙ୍କ ପାଇଁ ଉତ୍ତାପ ସହନଶୀଳ କିନ୍ତୁ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ଅସହ୍ୟ ହୋଇପାରେ। ତେଣୁ ସେମାନେ ଏହି ସମୟରେ ଘରୁ ନ ବାହାରିବା ଲାଗି ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ରବିବାର ୧୭ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରରେ ୪୩.୨ଡିଗ୍ରୀ ତାପମାତ୍ରା ରହିଥିଲା।

Share