Posted inଜାତୀୟ

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ ଚମକାଇ ଦେଇଛି। ଏଥିରେ ଶାସକ ଭାଜପା କ୍ଷତିରେ ପଡୁଥିବାର ଦେଖାଯାଉଛି। ଏକଜିଟ ପୋଲ ମୁତାବକ ୧୦ ବର୍ଷ ହେଲା ସରକାର ଚଳାଇ ଆସୁଥିବା ଭାଜପାକୁ ବଡ଼ ଝଟ୍‌କା ଲାଗିପାରେ। ଅର୍ଥାତ୍‌ ଭାଜପା କ୍ଷମତାଚ୍ୟୁତ ହୋଇପାରେ। ଅନୁମାନରୁ ସ୍ପଷ୍ଟ ଜଣାପଡୁଛି ଯେ ବିରୋଧୀ ଲହର ଶାସକ ଭାଜପା ବିରୋଧରେ ବୋହୁଛି। କିଷାନ, ଯବାନ ଓ ପେହେଲବାନ ପ୍ରସଙ୍ଗକୁ ବଡ଼ ମୁଦ୍ଦା କରି ଲୋକେ ଭୋଟ ଦେଇଛନ୍ତି। ତେବେ ହରିୟାଣାରେ ଭାଜପାର ଏପରି ଖେଳ ବିଗିଡବାର କାରଣ କ’ଣ ଆସନ୍ତୁ ଜାଣିବା…

ଭାଜପା ଯେବେ ୨୦୧୪ରେ ଜିତିକି ଆସିଲା ସେତେବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ଜନମତ ପ୍ରବଳ ଥିଲା। ଠିକ୍‌ ସେହି ପରିସ୍ଥିତି ଏବେ ଭାଜପା କ୍ଷେତ୍ରରେ ଦେଖିବାକୁ ମିଳୁଛି। ୧୦ ବର୍ଷର ସରକାର ବିରୋଧୀ ଲହରର ମୁକାବିଲା ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା। ଏପରିକି ଶେଷ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳାଇ ଦିଆଯାଇଥିଲା। ହେଲେ ଦଳ ପ୍ରତି ଜନତାଙ୍କ ମୁଡକୁ ବଦଳାଯାଇ ପାରିଲାନି। ଏଥିରେ ଜାଟ୍‌ମାନଙ୍କ ଅସନ୍ତୋଷ ନିଆଁରେ ଘିଅ ପରି କାମ କରିପାରେ ବୋଲି କୁହାଯାଉଛି।

ଚାଷୀ ଓ କୁସ୍ତି ଯୋଦ୍ଧାଙ୍କ ପ୍ରସଙ୍ଗକୁ ଭାଜପା ଯେଉଁ ଢଙ୍ଗରେ ନଜରଅନ୍ଦାଜ କରିଥିଲା ଏବଂ ଏମାନଙ୍କ ପ୍ରତି ଶକ୍ତ ହୋଇଥିଲା ଏଥିରେ ଲୋକଙ୍କ ରାଗ ବଢିଯାଇଥିଲା। ଖାସ କରି ଚାଷୀଙ୍କୁ ନେଇ ଯେବେ ଭାଜପା ନେତାମାନେ ଅନର୍ଗଳ ବୟାନବାଜି କଲେ ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲା। କୁସ୍ତିଯୋଦ୍ଧା ପ୍ରସଙ୍ଗରେ ଭାଜପା ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲାନି। ଏପରିକି ୟୁପିରେ ତାଙ୍କ ପୁଅଙ୍କୁ ନିର୍ବାନ ଲଢିବାକୁ ପାର୍ଟି ଟିକେଟ ମଧ୍ୟ ମିଳିଗଲା। ଏଥିରେ ଲୋକଙ୍କ ଅସନ୍ତୋଷ ଆହୁରି ବଢିଗଲା।

ଏଥର ନିର୍ବାଚନରେ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସିଧା ମୁକାବିଲା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଓ ମନୋହରଲାଲ ଖଟ୍ଟରଙ୍କ ମଧ୍ୟରେ ହୋଇଛି। ଏଥିରେ ହୁଡ୍ଡା ଭାଜପା ନେତାଙ୍କ ଉପରେ ଭାରି ପଡିଛନ୍ତି। କାରଣ ତାଙ୍କ ପାଖରେ ଜାଟ୍‌ ଓ ଦଳିତଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ...

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ…

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ଜମ୍ମୁ-କଶ୍ମୀରରେ ପଲଟିଲା ବାଜି, ଏଥର ଚମକାଇଦେଲା ଏକଜିଟ ପୋଲ୍‌

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର...

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

କାହାର ପଲ୍ଲା ଭାରି? ହରିୟାଣା ନିର୍ବାଚନରେ ଏକଜିଟ ପୋଲ୍‌କୁ ନେଇ ବଡ଼ ଖୁଲାସା!

ନୂଆଦିଲ୍ଲୀ,୫।୧୦: ଭୋଟ ଏବଂ ଭୋଟ ଗଣନା ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟକୁ ନିର୍ବାଚନୀ ଭାଷାରେ ଏକଜିଟ ପୋଲ କୁହାଯାଏ। ହରିୟାଣା ଏବଂ ଜମ୍ମୁ କଶ୍ମୀର ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri