Categories: ଖେଳ

ବିଶ୍ୱକପ୍‌ରେ ଭାରତ ପାଇଁ ଏହି ୩ ଖେଳାଳି ହୋଇପାରନ୍ତି ଗେମ୍‌ଚେଞ୍ଜର

ନୂଆଦିଲ୍ଲୀ,୨।୧୦:ଟିମ ଇଣ୍ଡିଆ ବିଶ୍ୱକପ ୨୦୨୩ ପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛି। ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ପୂର୍ବରୁ ଏସୀୟ କପ ଟାଇଟଲ ଜିତିଥିଲା। ଏସିଆ କପ୍‌ରେ ଭାରତ ପାଇଁ ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ଗେମ୍‌ଚେଞ୍ଜର ଭାବେ ନିଜକୁ ପ୍ରମାଣ କରିପାରିବେ। ସିରାଜଙ୍କ ସହ ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବ ମଧ୍ୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ।

ମହମ୍ମଦ ସିରାଜ –

ସିରାଜ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପାଇଁ ୩୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୫୪ ଉଇକେଟ ନେଇଛନ୍ତି। ଏସିଆ କପ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସିରାଜ ଭଲ ବୋଲିଂ କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମାତ୍ର ୨୧ ରନ ଦେଇ ୬ ଉଇକେଟ ନେଇଥିଲେ। ଏବେ ସେ ପୁଣି ଥରେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିବାର ସମ୍ଭାବନା ରହିଛି। ସିରାଜ ଟିମ ଇଣ୍ଡିଆ ପାଇଁ ଗେମ୍‌ଚେଞ୍ଜର ପ୍ରମାଣିତ କରିପାରନ୍ତି।

କୁଲଦୀପ ଯାଦବ –

ଟିମ ଇଣ୍ଡିଆର ସ୍ପିନର କୁଲଦୀପ ଅନେକ ଥର ଚମତ୍କାର ବୋଲିଂ କରିଛନ୍ତି ଏବଂ ବହୁତ ଅଭିଜ୍ଞ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁଲଦୀପ ବଡ଼ ମ୍ୟାଚ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ୯୦ଟି ଦିନିକିଆ ମ୍ୟାଚରେ ୧୫୨ ଉଇକେଟ ନେଇଛନ୍ତି। ବିଶ୍ୱକପରେ ଭାରତ ପାଇଁ କୁଲଦୀପ ବିପଜ୍ଜନକ ବୋଲର ବୋଲି ମନେ କରାଯାଏ।

ରବିଚନ୍ଦ୍ରନ ଅଶ୍ୱିନ –

ଅଶ୍ୱିନଙ୍କୁ ବିଶ୍ୱକପ ୨୦୨୩ ପାଇଁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି। ସେ ଦିନିକିଆ ମ୍ୟାଚ୍ରେ ୧୫୫ ଉଇକେଟ ନେଇଛନ୍ତି। ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଥର ଚମତ୍କାର କରିଛନ୍ତି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସମେତ ସମସ୍ତ ଦଳ ଅଶ୍ୱିନଙ୍କ ବଲ ଖେଳିବା ସହଜ ହେବ ନାହିଁ। ଟେଷ୍ଟ ମ୍ୟାଚରେ ଅଶ୍ୱିନ ୪୮୯ ଉଇକେଟ ନେଇଛନ୍ତି। ଘରୋଇ ପଡିଆରେ ମ୍ୟାଚ୍‌ ହେଉଥିବାରୁ ଏଥିରୁ ସେ ମଧ୍ୟ ଲାଭ ପାଇବେ।

Share