ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ ବାଦାମ ଦେଲ ସବୁଠୁ ଉପକାରୀ।

ନଡ଼ିଆ ତେଲ:
ଏଥିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍‌, ଭିଟାମିନ ଇ, ଲିନୋଲିକ ଏସିଡ୍‌ ଏବଂ ଫ୍ଲରିକ୍‌ ଏସିଡ୍‌ ଭରପୂର ପରିମାଣର ରହିଛି। ଯାହା ଏକ ଉତ୍ତମ ମଶ୍ଚରାଇଜର ଅଟେ। ଏଥିରେ ଥିବା ଲିନୋଲିକ୍‌ ଏସିଡ୍‌ ଚର୍ମର ପ୍ରାକୃତିକ ଲିପିଡ୍‌ ପ୍ରତିବନ୍ଧକକୁ ରକ୍ଷା କରି ଚର୍ମର ଆର୍ଦ୍ରତା ବଜାୟ ରଖେ। ଯେହେତୁ ନଡ଼ିଆ ତେଲ ଚର୍ମ ଦ୍ୱାରା ସହଜରେ ଶୋଷିତ ହୁଏ, ଏହା ଅତ୍ୟଧିକ ଶୁଷ୍କ ଚର୍ମକୁ ମଧ୍ୟ ଆର୍ଦ୍ର କରିଥାଏ। ନଡ଼ିଆ ତେଲକୁ ପ୍ରତିଦିନ ଲଗାଇବା ଦ୍ୱାରା ଚର୍ମ ତ୍ୱଚା କୋମଳ ହୁଏ।

ଘି କୁଆଁରୀ:
ଏଥିରେ ଭିଟାମିନ ‘ଏ’, ବି-୧୨, ‘ସି’ ଏବଂ ‘ଇ’ ପ୍ରଚୁର ପରିମାଣରେ ରହିଛି। ଏହା ମଧ୍ୟ ଶୁଷ୍କତା ହେତୁ କୁଣ୍ଡେଇରୁ ମୁକ୍ତି ଦେଇଥାଏ। ଘି କୁଆଁରୀ ପତ୍ରରୁ ଜେଲ୍‌ ବାହାର କରି ଚର୍ମରେ ଲଗାଇବା ଲାଭଦାୟକ ହୋଇଥାଏ।

କ୍ଷୀର:
କ୍ଷୀରରେ ଭିଟାମିନ ଏ, ଭିଟାମିନ ଡି ଏବଂ ଲାକ୍ଟିକ ଏସିଡ୍‌ ଭରପୂର ମାତ୍ରାରେ ରହିଛ। ଯାହା ଚର୍ମର ପୁଷ୍ଟିକର ଏବଂ ମଶ୍ଚରାଇଜିଂ ଏଜେଣ୍ଟ ଅଟେ। ଯଦି କେବେ ଚର୍ମରେ ଷ୍ଟ୍ରେଚ କିମ୍ବା ଶୁଷ୍କତା ଦେଖାଦିଏ ତେବେ କ୍ଷୀରକୁ ସିଧାସଳଖ ଚର୍ମରେ ଲଗାନ୍ତୁ। ଏହା ତ୍ୱଚାକୁ କୋମଳ କରିବ।