ପ୍ରଶାନ୍ତ କିଶୋରଙ୍କ ଏହି ୪ ଭବିଷ୍ୟବାଣୀ ମିଛ ଥିଲା, କହିଲେ ମୁଁ…

ନୂଆଦିଲ୍ଲୀ,୧୦ା୬: ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ତେବେ ଏଥର ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ଏକଜିଟ୍‌ ପୋଲରେ ଭାଜପା ୩୫୦ରୁ ୪୦୦ସିଟ୍‌ ଜିତିବ ବୋଲି ଆଶା କରାଯାଉଥିଲା। ତେବେ ଭାଜପା ମାତ୍ର ୨୪୦କୁ ହ୍ରାସ ପାଇଛି। ୨୦୧୪ ଏବଂ ୨୦୧୯ ତୁଳନାରେ ଏହା ହେଉଛି ଭାଜପାର ସବୁଠାରୁ ଖରାପ ପ୍ରଦର୍ଶନ। ଏଥର କେବଳ ଏକ୍‌ଜିଟ୍‌ ପୋଲ ଭୁଲ୍‌ ପ୍ରମାଣିତ ହୋଇନାହିଁ, ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ବର୍ତ୍ତମାନ ଏହି ରାଜନୈତିକ ବିଶେଷଜ୍ଞମାନେ ସ୍କାନରକୁ ଆସିଛନ୍ତି।

ସେହିଭଳି ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଭବିଷ୍ୟବାଣୀ ଭୁଲ୍‌ ବୋଲି ଜଣାପଡ଼ିଛ। ନିର୍ବାଚନ ଫଳାଫଳ ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପ୍ରଶାନ୍ତଙ୍କୁ ପଚରାଯାଇଥିଲା ଯେ, ଲୋକ ସଭା ନିର୍ବାଚନକୁ ନେଇ ତାଙ୍କର ସମସ୍ତ ଦାବି ଏବଂ ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି କି?

ଏହି ପ୍ରଶ୍ନର ଉତ୍ତରରେ ପି.କେ ହଁ କହି ମୁଣ୍ଡ ନୁଆଁଇଥିବାର ଦେଖାଯାଇଥିଲା। ସେ କହିଲେ, ଠିକ ଅଛି … ଏଥିରେ କୌଣସି ଅହଙ୍କାର ନାହିଁ। ଯେକୌଣସି ବ୍ୟକ୍ତି ଭୁଲ୍‌ ପ୍ରମାଣିତ ହୋଇପାରନ୍ତ। ଏହି ନିର୍ବାଚନରେ ଅଖିଳେଶ ଯାଦବ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି, କିନ୍ତୁ ଗତ ନିର୍ବାଚନରେ ସେ ୪୦୦ଟି ଆସନ ପାଇବେ ବୋଲି ଦାବି କରିଥିଲେ, କିନ୍ତୁ ତାଙ୍କୁ ୧୨୫ଟି ଆସନ ମିଳିଥିଲା, ଏହାର ଅର୍ଥ ନୁହେଁ ଯେ, ସେ ତାଙ୍କର ରାଜନୈତିକ ବୁଝାମଣା ହରାଇଛନ୍ତି। ଅମିତ ଶାହା ବଙ୍ଗଳା ବିଧାନସଭା ନିର୍ବାଚନରେ ୨୦୦ଟି ଆସନ ଜିତିବାକୁ ଦାବି କରିଛନ୍ତି, କିନ୍ତୁ ଜିତି ନାହାନ୍ତି, ଏହାର ଅର୍ଥ ନୁହେଁ ଯେ, ତାଙ୍କର ରାଜନୈତିକ ବୁଝାମଣା ନାହିଁ।

ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶରେ କହିଥିଲେ, ଆମ ସରକାର ସଂଖ୍ୟାଗରିଷ୍ଠତା ସହ ଆସୁଛନ୍ତି। କିନ୍ତୁ ଏମ୍‌ପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ହାରିଛି। ଏହାର ଅର୍ଥ ନୁହେଁ ଯେ ସେ ବୁଝିନାହାନ୍ତି। ଏହି ନିର୍ବାଚନ ବିଷୟରେ ମୁଁ କହିବି, ହଁ ମୋର ସଂଖ୍ୟା ଭୁଲ୍‌ ପ୍ରମାଣିତ ହୋଇଛି। କିନ୍ତୁ ଯେଉଁମାନେ କହୁଥିଲେ ଭାଜପା୧୮୦ଟି ଆସନ ପାଇବ ତାହା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି। ସେହିଭଳି ଯେଉଁମାନେ କହୁଥିଲେ ଭାଜପା ସରକାର ଆସିବେ, ସରକାର ଆସିଛନ୍ତି। ତଥାପି ଆସନ ସଂଖ୍ୟା ନିଶ୍ଚିତ ଭାବେ ଭୁଲ୍‌ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri