ଏହି ୪ ଗୁଣରୁ ଜଣାପଡ଼େ ବ୍ୟକ୍ତିର ସ୍ବଭାବ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି ଜିନିଷକୁ ଲକ୍ଷ୍ୟକରି ମନୁଷ୍ୟର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ଜାଣିବା ଏହି ୪ ଜିନିଷ ବିଷୟରେ…
ତ୍ୟାଗ: କୌଣସି ବ୍ୟକ୍ତିଙ୍କୁ ପରଖିବା ପୂର୍ବରୁ ସର୍ବପ୍ରଥମେ ତ୍ୟାଗର ସ୍ବଭାବ ଦେଖିବା ଉଚିତ୍‌। କାରଣ ଯେଉଁ ବ୍ୟକ୍ତି ନିକଟରେ ଏହି ସ୍ବଭାବ ରହିଥାଏ, ସେ ସଚ୍ଚୋଟ ଏବଂ ଅନ୍ୟର ସବୁବେଳେ ଉପକାର କରିଥାଏ।
ଆଚରଣ: ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ଆମ ଆଖପାଖରେ ଅନେକ ପ୍ରକାରର ଲୋକ ରହିଥାନ୍ତି, ଯାହା ସହ ଆମର ସମ୍ପର୍କ ରହିଥାଏ। ଜଣେ ବ୍ୟକ୍ତିର ଅନ୍ୟ ବ୍ୟକ୍ତିପ୍ରତି କିପରି ବ୍ୟବହାର ରହିଛି ସେଥିରୁ ଉକ୍ତ ବ୍ୟକ୍ତିର ଆଚରଣ ବିଷୟରେ ଜଣାପଡ଼ିଥାଏ।
ଗୁଣ: ଜଣେ ବ୍ୟକ୍ତିର ଗୁଣରୁ ସେ ଭଲ କି ଖରାପ ତାହାକୁ ଅତି ସହରରେ ପରଖାଯାଇ ପାରିବ।
କର୍ମ: ଦୈନିକ ଜୀବନଯାପନ ପାଇଁ କରାଯାଉଥିବା କାର୍ଯ୍ୟକୁ କର୍ମ କୁହାଯାଏ। କେତେକ ବ୍ୟକ୍ତି ସଚ୍ଚୋଟତାର ସହ କାମ କରି ନିଜ ପରିବାର ଭରଣପୋଷଣ କରିଥାନ୍ତି ତ ଆଉ କେହି ଅସଦ ଉପାୟରେ ଟଙ୍କା ରୋଜଗାର କରିଥାନ୍ତି। ଏହାକୁ ଆଧାର କରି ବ୍ୟକ୍ତିର ସ୍ବଭାବ ବିଷୟରେ ପରଖାଯାଇ ପାରିବ।