ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାଦ୍ୱାରା ବ୍ୟକ୍ତିର ଭବିଷ୍ୟତ, ଚରିତ୍ର, ଗୁଣ-ଦୋଷ ଆଦି ବିଷୟରେ ଜାଣିହୁଏ। ଆସନ୍ତୁ ଆମେ ଜାଣିବା ଏଭଳି ୪ ରାଶି ବିଷୟରେ ଯେଉଁଥିରେ ଜନ୍ମିତ ଝିଅମାନେ ଅନ୍ୟ ଉପରେ ହୁକୁମ ଚଲାଇବାରେ ଓସ୍ତାଦ ହୋଇଥାନ୍ତି। ଏମାନେ ସ୍ବାମୀମାନଙ୍କ ଉପରେ ହୁକୁମ ଚଳାଇଥାନ୍ତି।
ମେଷ ରାଶି: ଏହି ରାଶିର କନ୍ୟାମାନେ ରାଗି ସ୍ବଭାବର ହୋଇଥାନ୍ତି। ଏମାନେ ନିଜ କଥା ଉପରେ ଅନ୍ୟ କେହି କଥା କହୁ ତାହା ଚାହିଁନ ଥାନ୍ତି। ଏମାନଙ୍କ ବ୍ୟବହାରରେ ଗର୍ବର ଝଲକ ଦିଶେ। ଏହି ରାଶିର ଝିଅମାନେ ସ୍ବାମୀ ଉପରେ ହୁକୁମ ଚଲାଇଥାନ୍ତି।
ସିଂହ ରାଶି: ଏହି ରାଶିର ଝିଅମାନେ ସମସ୍ତଙ୍କ ଧ୍ୟାନ ନିଜ ଉପରକୁ ଆଣିବାରେ ସଫଳ ହୋଇଥାନ୍ତି। ମନର ଆତ୍ମବିଶ୍ୱାସ ହିଁ ଏମାନଙ୍କୁ ରାଣୀ ଭଳି ସାହସ ଦେଇଥାନ୍ତି। ଏମାନେ ଯେଉଁଠି ବି ରୁହନ୍ତି ହୁକୁମ ଚଳାଇଥାନ୍ତି।
କନ୍ୟା ରାଶି: ଏହି ରାଶିର ଝିଅମାନେ ସ୍ବଭାବରେ ଗର୍ବି ହୋଇଥାନ୍ତି। ଏମାନଙ୍କ କଥା ସମସ୍ତେ ଶୁଣନ୍ତୁ ବୋଲି ଏମାନେ ଚାହିଁଥାନ୍ତି। ସ୍ବାମୀମାନଙ୍କ ଉପରେ ହୁକୁମ ଚଳାଇଥାନ୍ତି।
ମକର ରାଶି: ମକର ରାଶିର ଝିଅମାନେ ହୁକୁମ ଚଳାଇବାରେ ମାହିର। ଯିଏ ଏମାନଙ୍କ କଥା ଶୁଣନ୍ତି ନାହିଁ, ସେମାନଙ୍କଠାରୁ ଏମାନେ ଦୂରତା ବଜାୟ ରଖିଥାନ୍ତି। ସ୍ବାମୀମାନଙ୍କ ଉପରେ ଏମାନେ ହୁକୁମ ଚଳାଇବାରେ ମାହିର ହୋଇଥାନ୍ତି।