ସ୍ବପ୍ନରେ ଏହି ୫ ଜିନିଷ ଦେଖୁଛନ୍ତି କି? ଶୀଘ୍ର ଖୋଲିବ ଆପଣଙ୍କ ଭାଗ୍ୟର ତାଲା

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ ଏ ନେଇ କାହାରିକୁ କହିବା ଉଚିତ ନୁହେଁ। ଫଳରେ ଏହାର ଫଳ ମିଳିପାରେନାହିଁ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେଭଳି କିଛି ସ୍ବପ୍ନ ବିଷୟରେ..

ଗାଈର ସେବା କରିବା: ଯଦି ଆପଣ ସ୍ବପ୍ନରେ ଗାଈର ସେବା କରୁଥିବା ଦେଖିଛନ୍ତି ତେବେ ତାହା ବହୁତ ଶୁଭ। ଯେଉଁ ବ୍ୟକ୍ତି ଗାଈର ସେବା କରିଥାଏ ତାର ଭାଗ୍ୟୋଦୟ ହୁଏ ବୋଲି ମାନ୍ୟତା ରହିଛି। ହେଲେ ଏଭଳି ସ୍ବପ୍ନ ଦେଖି ସାରିବା ପରେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଛଡ଼ା ସ୍ବପ୍ନ ବିଷୟରେ କାହାରିକୁ ଜଣାନ୍ତୁ ନାହିଁ।

ଗୋବରରେ ଘର ଲିପିବା: ଯଦି ସ୍ବପ୍ନରେ ନିଜ ଘରକୁ ଗୋବରରେ ଲିପୁଥିବା ଦେଖୁଛନ୍ତି, ତେବେ ଏହା ଶୁଭ। ଏଭଳି ସ୍ବପ୍ନ ବହୁତ କମ୍‌ ଆସିଥାଏ। ଏହା ଭାଗ୍ୟର କବାଟ ଖୋଲିବାର ସଙ୍କେତ। ସ୍ବପ୍ନ ଦେଖିବା ପରେ ଗରିବ ଲୋକଙ୍କୁ ଫଳ ଦାନ କରିବା ଉଚିତ।

ଅଗଣାରେ ନାଚୁଥିବା ମୟୂର ଦେଖିବା: ଯଦି ସ୍ବପ୍ନରେ ଘର ଅଗଣାରେ ମୟୂର ନାଚୁଥିବା ଦେଖୁଛନ୍ତି ତେବେ ଏହା ଶୁଭ। ଏଭଳି ସ୍ବପ୍ନ ଭାଗ୍ୟ ସହ ଜଡ଼ିତ। ଏହି ସ୍ବପ୍ନ ଦେଖିବା ଦ୍ୱାରା ଭାଗ୍ୟ ଚମକେ। ତେବେ ଏଭଳି ସ୍ବପ୍ନ ଦେଖିଲେ କୁଷ୍ଠ ରୋଗୀଙ୍କୁ ତେଲ ଦାନ କରିବା ଉଚିତ।

କଦଳୀ ଗଛ ଦେଖିବା: ସ୍ବପ୍ନରେ କଦଳୀ ଗଛ ଦେଖିବା ବେଶ ଭଲ ସଙ୍କେତ। ଏଭଳି ସ୍ବପ୍ନ ଦେଖିବା ପରେ ହଳଦିଆ ଭୋଜନ ଦାନ କରନ୍ତୁ। ଭାଗ୍ୟୋଦୟ ହେବ।

ଦ୍ୱାର ଖୋଲୁଥିବା ଦେଖିବା: ସ୍ବପ୍ନରେ ଯଦି ଆପଣ କେଉଁଠିକୁ ଯାଉଛନ୍ତି ଏବଂ ଆପଣ ନିଜେ ଦ୍ୱାର ଖୋଲୁଥିବା ଦେଖନ୍ତି ତେବେ ଏହା ବହୁତ ଭଲ। କବାଟ ସହ ଭାଗ୍ୟର ଦ୍ୱାର ମଧ୍ୟ ଖୋଲିଥାନ୍ତି। ଏହି ସ୍ବପ୍ନ ଦେଖିବା ପରେ ଗରିବ ଲୋକଙ୍କୁ ହଳଦିଆ ନଚେତ କମଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଶୁଭ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri