ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ଭାଙ୍ଗିଥାଏ ଘର, ଜାଣନ୍ତୁ କାହିଁକି ଏଭଳି କହିଛନ୍ତି…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରକାରେ କିଛି ସ୍ତ୍ରୀଙ୍କ ମଧ୍ୟରେ ଏପରି ଗୁଣ ଥାଏ ଯାହା ତାଙ୍କୁ ବରବାଦ କରିଦିଏ ବୋଲି ଚାଣକ୍ୟ କହିଛନ୍ତି। ଯେପରିକି:

ଭାବିଚିନ୍ତି କାର୍ଯ୍ୟ ନ କରିବା:
ଅଧିକାଂଶ ମହିଳା କିଛି କରିବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆଜିକାଲି ସମୟରେ ମହିଳାମାନେ କିଛି ସ୍ତ୍ରୀ ସ୍ବାର୍ଥ ପାଇଁ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କର କର୍ମ ଦ୍ୱାରା ଅନ୍ୟ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ବିଲକୁଲ ଭାବି ନ ଥାନ୍ତି। ଏଣୁ ଉକ୍ତ କାମର କୁପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ। ଏଣୁ କିଛି ବି କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ।

ବାରମ୍ବାର ମିଛ କହିବା:
ଚାଣକ୍ୟଙ୍କ ଅନୁସାରେ ଅଧିକାଂଶ ମହିଳା ମିଛ କହିଥାନ୍ତି। କିଛି ମହିଳା ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚୁଗୁଲି କରିଥାନ୍ତି। ଛୋଟ ଛୋଟ କଥାରେ ମିଛ କହିଥାନ୍ତି। ଏଭଳି ମହିଳାଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ। ଅନ୍ୟମାନଙ୍କ ନଜରରେ ସେମାନେ ସମ୍ମାନ ହରାଇଥାନ୍ତି। ଫଳରେ ସେମାନଙ୍କର ଖରାପ ସମୟ ଦେଇ ଗତି କରିଥାନ୍ତି।

ବଡ଼ମାନଙ୍କ ସମ୍ମାନ ନ କରିବା:
ଯେଉଁ ମହିଳା ନିଜଠାରୁ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କ ସହ ଝଗଡ଼ା କରିଥାନ୍ତି, ସେଭଳି ମହିଳା ଘରର ସୁଖଶାନ୍ତି ପାଇଁ ବିପଦ। ଏଭଳି ମହିଳାଙ୍କୁ ଘରକୁ ଆଣି କୌଣସି ଲୋକ ସୁଖି ରହି ପାରିବେ ନାହିଁ।

କଥା କଥାରେ ଫୁଲେଇ ହେବା: ଫୁଲେଇ ହେବା ମହିଳାଙ୍କ ସ୍ବଭାବ। ହେଲେ କଥା କଥାରେ ନଖରା ଦେଖାଇବା ଠିକ ନୁହେଁ। ଏପରି କରିବା ଦ୍ୱାରା ଯେ କେହି ଖପ୍ପା ହୋଇପାରେ। ଏହାର କୁପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡେ।

ଲୋଭୀ: ଚାଣକ୍ୟଙ୍କ ମତରେ କିଛି ମହିଳା ବହୁତ ଲୋଭୀ ଥାନ୍ତି। ଏଣୁ ସେ ଧନ ପାଇଁ ସେ ଖରାପ କାମ କରିଥାନ୍ତି, ଆଗାମୀ ସମୟରେ ଅସୁବିଧାରେ ପକାଇଥାଏ। ଏଣୁ ଯଦି କୌଣସି ମହିଳାଙ୍କ ପାଖରେ ଏଭଳି ଖରାପ ଅଭ୍ୟାସ ଥାଏ ତାଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ।

ପୂଜା ପାଠ ନକରିବା: ଯେଉଁ ଘରର ମହିଳା ପୂଜାପାଠ କରନ୍ତି ନାହିଁ, ସେଠାରେ ନକରାତ୍ମକ  ଶକ୍ତି ବଢ଼ିଥାଏ। ଏହାଦ୍ୱାରା ଘରର ସୁଖଶାନ୍ତି ଚାଲିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ, ହୋଇଯିବେ ଦରିଦ୍ର…

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ରରେ, କେବଳ ଦିଗନିର୍ଦ୍ଦେଶର ଗୁରୁତ୍ୱକୁ ବିସ୍ତାରିତ ଭାବରେ ବୁଝାଯାଇ ନାହିଁ, ବରଂ ବ୍ୟକ୍ତିର ଦୈନନ୍ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image