ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ବଲିଉଡର ଏହି ୫ ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ତାରକାମାନେ ସର୍ବଦା ସେମାନଙ୍କର ମୁକ୍ତ ଚିନ୍ତାଧାରା ପାଇଁ ଜଣାଶୁଣା। ପ୍ରେମ ଏବଂ ବିବାହ ଭଳି ପ୍ରସଙ୍ଗରେ ସେମାନେ ବୟସ ଏବଂ ଧର୍ମକୁ ଅତିକ୍ରମ କରିଛନ୍ତି। ଅନେକ ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ସେମାନଙ୍କର ଜୀବନସାଥୀ ଭାବେ ବାଛିଛନ୍ତି। ପରେ ସେ ମଧ୍ୟ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି। ଜାଣନ୍ତୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ…

ଆରାଧନା, କଶ୍ମୀର କି କଲ୍ଲୀ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତ୍ରୀ ଶର୍ମିଲା ଟାଗୋର ପାଟାଉଡିର ନବାବ ଏବଂ ଭାରତୀୟ କ୍ରିକେଟର ମନସୁର ଅଲ୍ଲୀ ଖାଁ ପଟାଉଦିିଙ୍କୁ ବିବାହ କରିଥିଲେ। ଏହି ବିବାହ ସମାରୋହ ୧୯୬୯ ୨୭ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା। ବିବାହ ପୂର୍ବରୁ ଶର୍ମିଲା ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ପରେ ନାଁ ବେଗମ୍‌ ଆୟେଶା ସୁଲତାନା ଖଁାକୁ ପରିବର୍ତ୍ତନ କରିଥିଲେ।

ମଦର ଇଣ୍ଡିଆର ସେଟ୍‌ରେ ଏକ ଅଘଟଣରୁ ସୁନୀଲ ଦତ୍ତ ନର୍ଗିସଙ୍କୁ ବଞ୍ଚାଇଥିଲେ। ପରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ। ସେ ସୁନୀଲଙ୍କୁ ବିବାହ କରିବା ପାଇଁ ମଧ୍ୟ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ଦତ୍ତ ସାହେବଙ୍କୁ ବିବାହ କରିବା ପରେ ସେ ଫାତିମା ରସିଦରୁ ନର୍ଗିସ ହୋଇଥିଲେ।

ଅମ୍ରିିତା ସିଂ ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଯେତେବେଳେ ସୈଫ ଅଲ୍ଲୀ ଖାଁଙ୍କ ପ୍ରେମରେ ପଡ଼ିଲେ, ସେ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୈଫଙ୍କ ପରିବାର ଏହି ବିବାହ ବିରୋଧରେ ଥିଲେ ମଧ୍ୟ ସେ ନିଜଠାରୁ ୧୨ ବର୍ଷ ବଡ଼ ଅମ୍ରିତାଙ୍କୁ ବିବାହ କରିଥିଲେ। ଅମ୍ରିତା ବିବାହ ପାଇଁ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ବିବାହର ୧୩ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଥିଲେ।

ଭାରତୀୟ କ୍ରିକେଟ ଦଳର ଭେଟେରାନ ଯୁବରାଜ ସିଂଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ହାଜେଲ କିଚ ଧର୍ମ ପରିବର୍ତ୍ତନ କରିଥିଲେ। ସେ ବିବାହ ପୂର୍ବରୁ ଖ୍ରୀଷ୍ଟିଆନ ଥିଲେ।

ଅଳ୍ପ ବୟସରେ ସଫଳ ହୋଇଥିବା ଅଭିନେତ୍ରୀ ଦିବ୍ୟା ଭାରତୀ ମଧ୍ୟ ସାଜିଦ ନାଦିଆଦୱାଲାଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ।

Share