ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଏସବୁ କଳାକାର, ଫ୍ଲପ୍‌ ହେବା ପରେ ଫେରିଥିଲେ ଦେଶ

ବମ୍ବେ: ବଲିଉଡ ଛାଡ଼ି ଟଙ୍କା ଲୋଭରେ ପାକିସ୍ତାନ କାମ କରିବାକୁ ଚାଲିଯାଇଥିଲେ ଅନେକ କଳାକାର। ହେଲେ ସେଠାରେ ଫ୍ଲପ୍‌ ହେବା ପରେ ଦେଶକୁ ଫେରି ଆସିଥିଲେ। ଏହି ତାଲିକାରେ ଅଛନ୍ତି କିରଣ ଖେର, ଅରବାଜ ଖାନ୍‌, ଶ୍ୱେତା ତିଓ୍ବାରୀ, ନାସିରୁଦ୍ଦିନ ଶାହ,ନେହା ଧୁପିଆ, ଆର୍ଯ୍ୟା ବବ୍ବର, ଓମ୍‌ ପୁରୀ ପ୍ରମୁଖ କଳାକାର।

କିରଣ ପାକିସ୍ତାନୀ ଚଳଚ୍ଚିତ୍ର ‘ଖାମୋଶ ପାନୀ’ରେ କାମ କରିଥିଲେ। ଅରବାଜ ପାକିସ୍ତାନ ଚଳଚ୍ଚିତ୍ରଜଗତରେ କାମ କରିଛନ୍ତି। ସେ ‘ଗଡ଼ ଫାଦର: ଦ ଲିଜେଣ୍ଡ କଣ୍ଟିନ୍ୟୁଜ୍‌’ରେ କାମ କରିଛନ୍ତି। ଶ୍ୱେତା ପାକିସ୍ତାନୀ ଫିଲ୍ମ ‘ସଲ୍‌ତନତ’ରେ କାମ କରିଥିଲେ। ହେଲେ ଫିଲ୍ମଟି ସେତେଟା ଭଲ ପ୍ରଦର୍ଶନ କରିଥିଲେ। ନାସିରୁଦ୍ଦିନ ଦୁଇଟି ପାକିସ୍ତାନୀ ଫିଲ୍ମରେ କାମ କରିଛନ୍ତି। ଏଥିରେ ‘ଜିିନ୍ଦା ଭାଗ’ ଏବଂ ‘ଖୁଦା’ ସାମିଲ ଥିଲା। ନେହା ‘କଭି ପ୍ୟାର୍‌ ନା କରନା’ ଚଳଚ୍ଚିତ୍ର ଆଇଟମ୍‌ ନମ୍ବର କରିଥିଲେ। ଆର୍ଯ୍ୟା ଫିଲ୍ମ ‘ବିରସା’ରେ କାମ କରିଛନ୍ତି। ଓମ୍‌ ପୁରୀ ପାକିସ୍ତାନୀ ଚଳଚ୍ଚିତ୍ର ‘ଆକ୍ଟର-ଇନ୍‌-ଲ’ରେ କାମ କରିଥିଲେ।

Share