Advertisement

ଏହି ୭ ଜିନିଷ ପବିତ୍ର; ଖାଇବା ପରେ ବି କରିପାରିବେ ପୂଜାପାଠ, ଲାଗିବନି ପାପ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଏକାଧିକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରେ ସଫା-ସୁତୁରା ଏବଂ ପବିତ୍ରତାକୁ ନେଇ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି ଏଭଳି ୭ ଜିନିଷ ରହିଛି ଯାହାକୁ ଖାଇବା ପରେ ମଧ୍ୟ ମନୁଷ୍ୟ ପୂଜାପାଠ କରିପାରେ। କାରଣ ଏହା ପବିତ୍ର। ଜାଣନ୍ତୁ ସେ ସମ୍ପର୍କରେ….

ଚାଣକ୍ୟ କୁହନ୍ତି ଶାସ୍ତ୍ରରେ ଜଳ, ଆଖୁ, ଦୁଗ୍ଧ, କଦଳୀ, ପାନ, ଫଳ ଏବଂ ଔଷଧକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ଏଣୁ ଏହାକୁ ସେବନ କରିବା ପରେ ବି ବ୍ୟକ୍ତି ଧାର୍ମିକ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଏହାଦ୍ୱାରା କୌଣସି ପ୍ରକାର ବାଧା ଉପୁଜେ ନାହିଁ।

ସାଧାରଣତଃ ଭାରତୀୟମାନେ ସ୍ନାନ-ଧ୍ୟାନ ଅଥବା ପୂଜାପାଠ ଆଦି କରିବା ପରେ ଫଳ ଏବଂ ଔଷଧ ସେବନ କରିବା ଉଚିତ ବୋଲି ଭାବିଥାନ୍ତି। ହେଲେ ଚାଣକ୍ୟ କୁହନ୍ତି ରୋଗଗ୍ରସ୍ତ ଥିଲେ ଅଥବା ସୁସ୍ଥ ଥିଲେ ମଧ୍ୟ କ୍ଷୀର, ଜଳ, କନ୍ଦମୂଳ, ଫଳ ଏବଂ ଔଷଧ ଆଦିର ସେବନ କରାଯାଇପାରେ। ଏହା ପାପ ନୁହେଁ। ଏହାପରେ ସ୍ନାନ କରି ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟ କରିବା ଅନୁଚିତ ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share