ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଖରୋଟ୍‌ ଖାଉଛନ୍ତି। ସେମାନଙ୍କର ହୃଦ୍‌ଘାତ ଜନିତ ରୋଗ ହେବାର ଆଶଙ୍କା କମ ଥାଏ। ଏଥିରେ ଥିବା କ୍ୟାଲ୍‌ସିୟମ, ଭିଟାମିନ୍‌, ମିନେରାଲ୍ସ ଏବଂ ପ୍ରୋଟିନ ଆମ ଶରୀରକୁ ସୁସ୍ଥ କରିଥାଏ। ଏହି ଶୁଖିଲା ଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ…

ହାଡ଼ରେ ସବୁବେଳେ ଯନ୍ତ୍ରଣା ହେଉଥିଲେ ଖାଲି ପେଟରେ ପ୍ରତିଦିନ ସକାଳେ ଭିଜାଇଥିବା ଅଖରୋଟ୍‌ ଖାଆନ୍ତୁ।

ଅଖରୋଟ୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ଭିଟାମିନ ବି-୬ ଆପଣଙ୍କ ଚର୍ମର ସ୍ବାସ୍ଥ୍ୟ ପାଇଁ ପ୍ରଭାବଶାଳୀ। ଏହା ଆପଣଙ୍କ ତ୍ୱଚାରେ ଚମକ ଆଣେ।

ଯେଉଁମାନଙ୍କର ସବୁକିଛି ଭୁଲିଯିବାର ଅଭ୍ୟାସ ଅଛି, ଏହି ଶୁଖିଲା ଫଳକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍‌। ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ ଇ ପରି ପୁଷ୍ଟିକର ଖାଦ୍ୟ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଅଖରୋଟ୍‌ ଖାଇବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଢ଼ିଥାଏ, ଯେଉଁ କାରଣରୁ ଅମ୍ଳଜାନ ସହଜରେ ମସ୍ତିଷ୍କରେ ପହଞ୍ଚେ।

ମଧୁମେହ ରୋଗୀଙ୍କ ପାଇଁ ଅଖରୋଟ୍‌ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ। ବାସ୍ତବରେ ଅଖରୋଟ୍‌ ରକ୍ତରେ ଥିବା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ, ଯାହା ଟାଇପ-୨ ମଧୁମେହର ଆଶଙ୍କା ହ୍ରାସ କରିଥାଏ।

ଦିନସାରା ସକ୍ରିୟ ରହିବାକୁ ପ୍ରତିଦିନ ସକାଳେ ଖାଲି ପେଟରେ ୫-୬ ଭିଜାଇଥିବା ଅଖରୋଟ୍‌ ଖାଆନ୍ତୁ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri