ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା

ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି କିଛି କଥା ଅଛି ଯାହା ଝିଅମାନେ ସେମାନଙ୍କ ପାର୍ଟନରଙ୍କ ସହ କେବେ ବାଣ୍ଟିବାକୁ ଚାହିଁ ନ ଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ…

ଯଦି ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥାଏ। ତେବେ ଏ ବିଷୟରେ ମହିଳାମାନେ କିଛି ଖୋଲିକରି କହି ନ ଥାନ୍ତି। ଏ ନେଇ କେହି ପଚାରିଲେ ସେମାନେ ବିରକ୍ତ ହୋଇ କିଛି ଜାଣି ନ ଥିବା କହିଥାନ୍ତିି। ଯଦି ଏପରି କିଛି ଦେଖୁଛନ୍ତି ଅବା ଶୁଣୁଛନ୍ତି, ତେବେ ସେ ଆପଣଙ୍କ ଉପରେ ରାଗିଛନ୍ତି ଏବଂ କିଛି କହିବାକୁ ଚାହୁଁ ନାହାନ୍ତି ବୋଲି ଜାଣି ରଖିବା ଉଚିତ।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ଉପରେ ଧ୍ୟାନ ଦେଉ ନ ଥିବା କହିଥାନ୍ତି। ବାସ୍ତବରେ କିନ୍ତୁ ଏହା ହୋଇ ନ ଥାଏ।

ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଦେଖିବା ମାତ୍ରେ ଯେତେ ଭଲ ଡ୍ରେସ ପିନ୍ଧିଥିଲେ ମଧ୍ୟ ବହୁତ ଖରାପ ଦେଖାଯାଉଥିବା କହିଥାନ୍ତି। ଏପରି କରିବାର ଉଦ୍ଦେଶ୍ୟ ଭଲ ଥାଏ। ସେ ଆପଣଙ୍କଠାରୁ ହୁଏତ କମ୍ପ୍ଲିମେଣ୍ଟ ଆଶା କରୁଥାଇ ପାରନ୍ତି।

ଅନେକ ସମୟରେ ମହିଳାମାନେ ପାର୍ଟନରଙ୍କୁ ନିଜ ପ୍ରଥମ ପ୍ରେମିକ ବୋଲି ଅଭିହିତ କରିଥାନ୍ତି। ମାତ୍ର ଅଧିକାଂଶ କ୍ଷେତ୍ରରେ ଏହା ହୋଇ ନ ଥାଏ। ଏପରି କରିବା ପଛରେ ଡର ଥାଏ ବୋଲି କୁହାଯାଇପାରେ। ସେ ବି ପାର୍ଟନରଙ୍କୁ ହରାଇବାର ଅଥବା ତାଙ୍କଠାରୁ ଦୂରେଇଯିବାର ଭୟଥାଏ। ଏଣୁ ଯଦି ଆପଣଙ୍କ ପାର୍ଟନର କିଛି ଲୁଚାଇବା ଆପଣ ପରେ ଜାଣିବାକୁ ପାଉଛନ୍ତି, ତେବେ ତାଙ୍କ ଚରିତ୍ରକୁ ସନ୍ଦେହ କରନ୍ତୁ ନାହିଁ। ସେ ହୁଏ ତ ହୃଦୟ ଦେଇ ଆପଣଙ୍କୁ ଭଲପାଉଥାଇପାରନ୍ତି।