Categories: ଫୁରସତ

ଏମାନେ ହେଉଛନ୍ତି ଭାରତର ସବୁଠୁ ଧନୀ ଇଞ୍ଜିନିୟର, ପାଠପଢ଼ି ମଧ୍ୟବିତ୍ତରୁ ହୋଇଛନ୍ତି କୋଟିପତି

ଆଜି ହେଉଛି ଇଞ୍ଜିନିୟର୍ସ ଡେ’। ଆଧୁନିକ ଭାରତର ବିଶ୍ୱକର୍ମା ସାର୍‌ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମବାର୍ଷିକକୁ ଇଞ୍ଜିନିୟର୍ସ ଡେ’ ଭାବେ ପାଳନ କରାଯାଏ। ଦେଶର ଉନ୍ନତି ଲାଗି ଇଞ୍ଜିନିୟର୍ସମାନଙ୍କ ଅବଦାନ ଅତୁଳନୀୟ। ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଦେଶର ସବୁଠାରୁ ଧନୀ ଇଞ୍ଜିନିୟର୍ସମାନଙ୍କ ବିଷୟରେ…

ବିନ୍ନି ବଂଶଲ:
ଫ୍ଲିପ୍‌କାର୍ଟର ସହ-ପ୍ରତିଷ୍ଠାତା ହେଉଛନ୍ତି ବିନ୍ନି। ସେ ଆଇଆଇଟି ଦିଲ୍ଲୀରୁ ନିଜର କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପଢ଼ା ଶେଷ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୧,୬୨୦ କୋଟି ଟଙ୍କା।

ଅନିଲ ମଣିଭାଇ ନାୟକ:
ଅନିଲ ମଣିଭାଇ ଲାର୍ସେନ ଆଣ୍ଡ ଟର୍ବୋ ଲିମିଟେଡର ଅଧ୍ୟକ୍ଷ। ସେ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଛନ୍ତି। ତାଙ୍କ ପାଖରେ ୧୭୧.୩ େକୋଟି ଟଙ୍କାର ସମ୍ପତ୍ତି ରହିଛି।

ନନ୍ଦନ ମୋହନରାଓ ନିଲେକାନିି:
ନନ୍ଦନ ଇନ୍‌ଫୋସିସ୍‌ର ଚେୟାରମ୍ୟାନ୍‌ ଅଛନ୍ତି। ଆଇଆଇଟି ବମ୍ବେରୁ ସେ ତାଙ୍କର ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ଏବେ ତାଙ୍କର ନେଟଓ୍ବର୍ଥ ୨୧୪୦୦ କୋଟି ଟଙ୍କା।

ସୁନ୍ଦର ପିଚାଇ:
ଭାରତ ବଂଶୋଦ୍ଭବ ପିଚାଇ ଗୁଗୁଲର ସିଇଓ ଅଛନ୍ତି। ଆଇଆଇଟି ଖଡଗପୁରରୁ ସେ ନିଜର ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ପିଚାଇଙ୍କ ନେଟଓ୍ବର୍ଥ ୧୦,୮୧୦ କୋଟି ଟଙ୍କା।

ବାଇଜୁ ରବିନ୍ଦ୍ରନ:
ରବିନ୍ଦ୍ରନ ବାଇଜୁ ପ୍ଲାଟଫର୍ମର ସହ ପ୍ରତିଷ୍ଠାତା। ସେ କନ୍ନୁର ଇଞ୍ଜିନିୟରିଂ ଗଭର୍ନମେଣ୍ଟ କଲେଜରୁ ବିଟେକ ପଢ଼ିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୭,୪୩୦ କୋଟି ଟଙ୍କା।

Share