କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ମଧ୍ୟ ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ଅନେକ ରୋଗ ଦେଖାଦିଏ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଇବା ଆବଶ୍ୟକ। କିଡ୍‌ନୀଜନିତ ରୋଗ ଦେଖାଗଲେ ଶରୀରରେ ୟୁରିଆ ତତ୍ତ୍ୱ ବଢ଼ିଯାଏ। ସେଥିପାଇଁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର, ସୋୟାବିନ୍‌ ଆଦିିରେ ପ୍ରୋଟିନ୍‌ ଅଧିକ ଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରନ୍ତୁ। ଦୈନିକ ୫ଗ୍ରାମ୍‌ ଲୁଣ ମଧ୍ୟ ଖାଆନ୍ତୁ। ଯଦି ନିଶାଦ୍ରବ୍ୟ ସେବନ କରୁଛନ୍ତି, ତେବେ ଏହାକୁ ତୁରନ୍ତ ବର୍ଜନ କରନ୍ତୁ। ଏହାର ଲକ୍ଷଣ ବିଷୟରେ ଅବଗତ ହେଲେ ବିଳମ୍ବ ନ କରି କିଡ୍‌ନୀ ଡାକ୍ତରଙ୍କର ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଦିନ ଖାଉଛନ୍ତି କି ଆମିଷ? ବୈଜ୍ଞାନିକ କାରଣ ଜାଣିଲେ ଆଉ ଖାଇବେନି

କ’ଣ ଆପଣ ବି ଶନିବାର ଦିନ ଆମିଷ ଖାଉଛନ୍ତି କି? ଯଦି ହଁ ତେବେ ସାବଧାନ । ଆମ ମଧ୍ୟରୁ ଅଧିକାଂଶ ଲୋକ ଶନିବାର ଦିନ...

Hot or cold coffee: ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?

କଫି ବିଶ୍ୱର ସବୁଠାରୁ ପ୍ରିୟ ପାନୀୟ ମଧ୍ୟରୁ ଗୋଟିଏ। କିଛି ଲୋକଙ୍କର ଗରମ କଫି ବିନା ସକାଳ ଆରମ୍ଭ ହୁଏ ନାହିଁ। ଯେତେବେଳେ କିଛି ଲୋକ...

ବାରମ୍ବାର ପରିସ୍ରା ଲାଗୁଛି କି? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ବୟସ ବୃଦ୍ଧି ସହିତ ଅନେକ ପୁରୁଷଙ୍କର ବାରମ୍ବାର ପରିସ୍ରା ହେବାର ସମସ୍ୟା ଆରମ୍ଭ ହୁଏ। କେତେବେଳେ ଏହା ଏକ ସାଧାରଣ ସମସ୍ୟା ହୋଇପାରେ, କିନ୍ତୁ ଯଦି...

ଏମିତି ଲୋକଙ୍କ ଠାରୁ ରୁହନ୍ତୁ ଦୂରରେ, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଫ୍ରିଜରେ ଆଳୁ ରଖୁଛନ୍ତି କି, ଡାକୁଛନ୍ତି ଏହି ରୋଗକୁ

ଆଳୁର ସେବନ ସଭିଙ୍କୁ ପସନ୍ଦ। ଅଧିକାଂଶ ବ୍ୟଞ୍ଜନରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ କିଛି ଲୋକ ଏହାକୁ ଫ୍ରିଜ୍‌ରେ ରଖିଦିଅନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ...

ମଧ୍ୟାହ୍ନ ଭୋଜନ ପରେ ପ୍ରବଳ ନିଦ ଆସୁଛି କି, ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ୨ଟି ଜିନିଷ, ଚୁଟ୍‌କିରେ ଛାଡିଯିବ ନିଦ

ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ନିଦ ଆସିବା ବହୁତ ସ୍ବାଭାବିକ। ପ୍ରତ୍ୟେକ ବ୍ୟକ୍ତି କୁହନ୍ତିି ଯେ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଯେଉଁ ହାଲୁକା...

ଔଷଧରେ ବ୍ୟବହାର ହୁଏ ଭାଙ୍ଗ, କ’ଣ ଖାଇବା ଦ୍ୱାରା ନିଶା ହୁଏ?

ହୋଲି ବିନା ଭାଙ୍ଗ ଅଧୁରା। ଭାଙ୍ଗ ବିନା ହୋଲି ସମ୍ପୂର୍ଣ୍ଣ ହୁଏ ନାହିଁ। ଏହି କାରଣରୁ ଲୋକମାନେ ଏହାକୁ ଥାଣ୍ଡା ସହିତ ମିଶାଇ ପିଅନ୍ତି। ତଥାପି,...

ସପ୍ତାହରେ ଦୁଇଥର ଖାଆନ୍ତୁ ଚୁନାମାଛ

ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image