ଚୋରଣୀ ଅଭିନେତ୍ରୀ !

ବମ୍ବେ:ବଲିଉଡ୍‌ ଅଭିନେତ୍ରୀମାନେ ଖାଲି ଯେ ଦର୍ଶକଙ୍କ ହୃଦୟ ଚୋରି କରନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ ଅନେକେ ଶୁଟିଂସେଟ୍‌ରୁ ସାମଗ୍ରୀ ଚୋରି କରିବାରେ ଓସ୍ତାଦ। ଅଟ୍‌ପଟା ଲାଗିଲେ ବି କଥାଟି ସତ। ଫିଲ୍ମର ଶୁଟିଂ ବେଳେ କଳାକାରମାନେ ନିଜ ଚରିତ୍ରର ପ୍ରେମରେ ପଡ଼ିଯାଇଥାନ୍ତି। ଏଣୁ ସେମାନେ ବ୍ୟବହାର କରିଥିବା ଜିନିଷକୁ ଘରକୁ ନେଇ ଆସିଥାନ୍ତି। ଯେମିତିକି:
-ସାନ୍ୟା ମଲହୋତ୍ରା: ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଏହି ଡିଭା। ସାନ୍ୟା ନିକଟରେ ନେଟ୍‌ଫ୍ଲିକ୍ସର ଫିଲ୍ମ‘ମୋନାକ୍ଷୀ ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ। ଫିଲ୍ମରେ ସେ ସୁନ୍ଦର ଶାଢ଼ି ପିନ୍ଧିଥିଲେ। ସବୁଦିନ ସେଗୁଡ଼ିକୁ ପିନ୍ଧି ପିନ୍ଧି ସେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ସେ ଏହାକୁ ଚୋରି କରି ଘରକୁ ନେଇଆସିଥିଲେ। ଏବେ ସେ ସେଗୁଡ଼ିକୁ ପିନ୍ଧୁଥିବା ଅଭିନେତ୍ରୀ ନିଜେ ସ୍ବିକାର କରିଛନ୍ତି।

– କିଆରା ଆଡଭାଣୀ: ଏହି ଅଭିନେତ୍ରୀ ଫିଲ୍ମ ‘ଫଗଲୀ’ ସେଟ୍‌ରୁ ବୁଟ୍‌ ଚୋରାଇଥିଲେ। ସେ ଆଜିବି ତାକୁ ପାଖରେ ରଖିଛନ୍ତି। ବୁଟ୍‌ଟି ତାଙ୍କୁ ପ୍ରଥମ ଫିଲ୍ମର ସ୍ମୃତି ମନେ ପକାଉଛି ବୋଲି ସେ କୁହନ୍ତି।

-ତମନ୍ନା ଭାଟିଆ: ବାହୁବଲୀ ଫିଲ୍ମ ସମୟରେ ଏହି ଅଭିନେତ୍ରୀ ଏକ ଲକେଟ୍‌ ପିନ୍ଧିଥିଲେ। ପରେ ସେ ତାହାକୁ ନେଇ ଆସିଥିଲେ।

-ଭୂମି ପେଡନେକର: ଅଭିନେତ୍ରୀ ଫିଲ୍ମ ‘ଦମ୍‌ ଲଗା କେ ହେଇସା’ରେ ପିନ୍ଧିଥିବା ଗୋଲାପୀ ରଙ୍ଗର ଗାଉନ୍‌କୁ ନେଇ ଆସିଥିଲେ।

-ନୁସରତ ଭରୁଚା: ଏହି ଅଭିନେତ୍ରୀ ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’ ସେଟ୍‌ରୁ ହାର୍ଟ ସେପ୍‌ର ତକିଆ ଚୋରାଇ ନେଇ ଆସିଥିଲେ।

Share