ଏହି ୭ ବଲିଉଡ କଳାକାରଙ୍କ ମୃତ୍ୟୁ ବେଶ ଭୟଙ୍କର, ପାଣି ଟୋପାଏ ବି ଦେବାକୁ କେହି ନ ଥିଲେ

ବମ୍ବେ: ଆଜି ବି ରହସ୍ୟ ଘେରରେ ରହିଛି ଅନେକ ବଲିଉଡ କଳାକାରଙ୍କ ମୃତ୍ୟୁ। ହଠାତ ତାଙ୍କର ବିଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଶେଷ ମୂହୁର୍ତ୍ତରେ ସେମାନେ ମଧ୍ୟ ପ୍ରିୟଜନଙ୍କ ସହ ବାର୍ତ୍ତାଳାପ ତ ଦୂରର କଥା ପାଣି ଟୋପାଏ ପାଇ ନାହାନ୍ତି। ଆସନ୍ତୁ ଜାଣିବା…

ଦିବ୍ୟା ଭାରତୀ: ଏକ ଉଚ୍ଚ କୋଠାରୁ ପଡ଼ି ଦିବ୍ୟା ନିଜ ଜୀବନ ହାରିଥିଲେ। ତାଙ୍କ ପ୍ରଶଂସକ ଏଭଳି ଭୟଙ୍କର ମୃତ୍ୟୁକୁ ଗ୍ରହଣ କରି ନ ଥିଲେ।

ସୁଶାନ୍ତ ସିଂହ ରାଜପୁତ: ନିଜର ଫ୍ଲାଟରେ ସୁଶାନ୍ତ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ କେହି ନ ଥିଲେ।

ଶ୍ରୀଦେବୀ: ଅଭିନେତ୍ରୀ ଶ୍ରୀଦେବୀଙ୍କୁ ତାଙ୍କର ହୋଟେଲ୍‌ ରୁମ୍‌ରେ ଥିବା ବାଥଟବ୍‌ରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳେ ତାଙ୍କର ସହାୟତା ଲାଗି ପାଖରେ କେହି ନ ଥିଲେ।

ପରଓ୍ବିନ ବାବି: ଅଭିନେତ୍ରୀ ପରଓ୍ବିନ ବାବିଙ୍କ ମୃତ୍ୟୁ ବେଶ ଭୟଙ୍କର ଥିଲା। ଆଜିଯାଏ ତାଙ୍କର ରୋଗ ବିଷୟରେ କେହି ଜାଣି ନାହାନ୍ତି।

ସିଦ୍ଧାର୍ଥ ଶୁକ୍ଳା: ଅଭିନେତା ସିଦ୍ଧାର୍ଥ ହଠାତ୍‌ ହୃଦଘାତ ହେବା ଯୋଗୁ ମୃତ୍ୟୁ ଘଟିଥିଲା। ସେ ସମୟରେ କାହା ପାଖରେ କିଛି କହିବାକୁ କିମ୍ବା କରିବାକୁ ସମୟ ନଥିଲା।

ଜିୟା ଖାନ୍‌: ଅଭିନେତ୍ରୀ ଜିୟାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ମୃତ୍ୟୁ ସମୟରେ ମଧ୍ୟ ତାଙ୍କୁ ଶାନ୍ତି ମିଳି ନ ଥିଲା।

ସିଲ୍କ ସ୍ମିତା: ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ମୃତ୍ୟୁର କାରଣ ଏବେ ଯାଏ ଖୁଲାସା ହୋଇନାହିଁ।

Share