ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍‌ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ ବି-ଗ୍ରେଡ୍‌ ଫିଲ୍ମରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।

ମହାନାୟକ ଅମିତାଭ ବଚ୍ଚନ କ୍ୟାରିୟର ଆରମ୍ଭ କରିଥିଲେ ରାଗି ସ୍ବଭାବର ବ୍ୟକ୍ତିବିଶେଷ ଭାବେ। ହେଲେ ୨୦୦୩ରେ ସେ ବି ଗ୍ରେଡ୍‌ ଫିଲ୍ମରେ କାମ କରିଥିଲେ। ଫିଲ୍ମର ନାମ ଥିଲା ‘ବୁମ୍‌’। ଏଥିରେ କଟ୍ରିନା କୈଫ ମଧ୍ୟ ନଜର ଆସିଥିଲେ।

ଆଜିର ସମୟରେ ଅକ୍ଷୟ କୁମାର ବର୍ଷକୁ ଗୋଟିଏ ନୁହେଁ ବରଂ ପାଞ୍ଚରୁ ଛଅଟି ଫିଲ୍ମ କରୁଛନ୍ତି। ଏବେ ସେ ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଅଭିନେତା ଭାବେ ପରିଗଣିତ ହୁଅନ୍ତି। ହେଲେ ଏକଦା ସେ ବି ଗ୍ରେଡ୍‌ ଫିଲ୍ମ ‘ମିଷ୍ଟର ଜେମ୍ସ ବଣ୍ଡ’ରେ ନଜର ଆସିଥିଲେ।

ହିନ୍ଦି ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା ‘ବଫା’ ନାମକ ଏକ ବି ଗ୍ରେଡ୍‌ ଫିଲ୍ମରେ କାମ କରିଥିଲେ। ସାରାଜୀବନ ସେ ଏକରୁ ବଳି ଏକ ଦମ୍‌ଦାର ଫିଲ୍ମରେ କାମ କରିଥିଲେ ହେଁ ନିଧନର କିଛି ଦିନ ପୂର୍ବେ ଏହି ଫିଲ୍ମରେ କାମ କରିଥିଲେ। ଏଥିରେ ସେ ସବୁ ସୀମା ପାର୍‌ କରିଥିଲେ।

Share