ଲାଇମ ଲାଇଟ୍‌ରୁ ଦୂରରେ ରୁହନ୍ତି ବଲିଉଡର ଏହି ସେଲିବ୍ରେଟିଙ୍କ ଭାଇ ଭଉଣୀ

ମୁମ୍ବାଇ: ବନ୍ଧୁତ ପରେ ବି ଦୁନିଆର ସ୍ବଚ୍ଛ ସମ୍ପର୍କ ଭିତରୁ ଅନ୍ୟତମ ଭାଇ ଭଉଣୀର ସେହି ଅତୁଟ ବନ୍ଧନ। ଏହାକୁ ବାନ୍ଧି ରଖିହୁଏନା ଖଣ୍ଡିଏ ସୂତାରେ। ଜାକଜକମର କାରୁକାର୍ଯ୍ୟ, ଷ୍ଟୋନ, ପଥର, ମାଳି ବି ଫିକା ପଡେ ଏଇ ସମ୍ପର୍କକୁ ବାନ୍ଧି ରଖିବାକୁ। ହେଲେ ସ୍ନେହ ଓ ପ୍ରେମର ଫାଶ ହିଁ ବାନ୍ଧି ରଖେ ଭାଇ ଭଉଣୀ ସମ୍ପର୍କକୁ।

ତେବେ ଆମେ କହୁଛୁ ବଲିଉଡର କିଛି ଏପରି ସେଲିବ୍ରେଟିଙ୍କ ବିଷୟରେ। ଯେଉଁମାନଙ୍କ ଭାଇ ଭଉଣୀ ଲାଇମଲାଇଟରୁ ଦୂରରେ ରୁହନ୍ତି ସତ ହେଲେ ସେମାନଙ୍କ ଠାରୁ ନୁହେଁ। ବିପାଶା ବସୁଙ୍କ ସାନ ଭଉଣୀ ବିଜେତା ବସୁ ଖୁବ୍‌ କମ ଚର୍ଚ୍ଚାରେ ଆସନ୍ତି। ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଭଉଣୀ ଶହନାଜ ଲାଲରୁଖ ଖାନ କ୍ୱଚିତ୍‌ କ୍ୟାମେରା ସାମ୍ନାକୁ ଆସନ୍ତି। ଦୀପିକା ପାଦୁକୋନଙ୍କ ଭଉଣୀ ଅନିଶା ପାନୁକୋନ ଖେଳାଳୀ ଅଟନ୍ତି। ସେ ମଧ୍ୟ ତାଙ୍କ ଭଉଣୀଙ୍କ ସହ କମ୍‌ ନଜର ଆସନ୍ତି।

Share