ବିବାହ ପରେ ପ୍ରଥମ ହୋଲି

ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍‌ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍‌ ଅଖତର-ଶିବାନୀ ଦାଣ୍ଡେକର ରହିଛନ୍ତି। ରଙ୍ଗର ଏହି ପର୍ବକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ ପ୍ରଶଂସକମାନେ ସେମାନଙ୍କ ଫଟୋର ଅପେକ୍ଷାରେ ଅଛନ୍ତି।

୨୦୨୧ ଡିସେମ୍ବରରେ ବିକ୍କି କଟ୍ରିନାଙ୍କୁ ବିବାହ କରିଥିଲେ। ଅପରପକ୍ଷେ ଚଳିତ ବର୍ଷ ଫରହାନ ଶିବାନୀଙ୍କ ହାତ ଧରିଛନ୍ତି। ଏହାଛଡ଼ା ରାଜକୁମାର ରାଓ-ପତ୍ରଲେଖା, ଆଦିତ୍ୟ ଧର-ୟାମୀ ଗୌତମ,ବିକ୍ରାନ୍ତ ମୈସି-ଶୀତଲ ଠାକୁର, କରିସ୍ମା ତନ୍ନା-ବରୁଣ ବଙ୍ଗେରା, ମୌନୀ ରୟ-ସୁରଜ ନାମ୍ବିୟାର ପ୍ରମୁଖଙ୍କ ପାଇଁ ହୋଲି ବେଶ ଖୁସି ଆଣି ଆସୁଛି। ନିଜ ନିଜ ପାର୍ଟନରଙ୍କ ସାଙ୍ଗରେ ଏମାନେ ପ୍ରଥମ ଥର ଲାଗି ହୋଲି ପାଳନ କରିବେ।

Share