Categories: ବାଣିଜ୍ୟ

ପହିଲାରୁ ବଦଳିବାକୁ ଯାଉଛି ବ୍ୟାଙ୍କିଂ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ,୨୦।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନରୁ ବ୍ୟାଙ୍କିଂ ସହ ଜଡ଼ିତ କାମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଆପଣଙ୍କ ଉପରେ ସିଧା ପ୍ରଭାବ ପକାଇବ।

ଜାନୁଆରୀ ପହିଲାରୁ ୫୦ହଜାରରୁ ଅଧିକ ଚେକ୍‌ ଟ୍ରାନ୍ଜାକ୍ସନ ଉପରେ ପଜିଟିଭ୍‌ ପେ୍‌ ସିଷ୍ଟମ ଲାଗୁ ହେବାକୁ ଯାଉଛି। ଫଳରେ ଥରେ ଚେକ୍‌ ଜାରି କରିବା ପରେ ଆକାଉଣ୍ଟ ହୋଲ୍ଡର ବ୍ୟାଙ୍କ ସହ ନିଜର ତଥ୍ୟ ଦେବେ। ଖାତାଧାରକ ଦେଇଥିବା ସୂଚନା ମୁତାବକ ଚେକ୍‌ର ପୁଷ୍ଟି ହେବ। ଏହାପରେ ପୂରା ପ୍ରକ୍ରିୟା ଆଗକୁ ବଢ଼ିବ।

ଏହାଛଡ଼ା ଆର୍‌ବିଆଇ ନୂଆ ବର୍ଷରେ କଣ୍ଟାକ୍ଟଲେସ୍‌ ଡେବିଟ-କ୍ରେଡିଟ୍‌ କାର୍ଡ ଏବଂ ବିନା ପିନ୍‌ରେ ୟୁପିଆଇ ଆଦି ନେଣଦେଣ ଲିମିଟ୍‌କୁ ୨ହଜାରରୁ ବଢ଼ାଇ ୫ହଜାର କରିଛି। ଗ୍ରାହକମାନଙ୍କୁ ଏହି ସୁବିଧା ପହିଲାରୁ ଉପଲବ୍ଧ ହେବ।

Share