Categories: ଫୁରସତ

ମାନଚିତ୍ରରୁ ଅଦୃଶ୍ୟ ହେବ ଏସବୁ ସହର

ଯେଉଁମାନେ ବୁଲିବାକୁ ପସନ୍ଦ କରନ୍ତି, ସେମାନେ ଦେଶ ତଥା ବିଶ୍ୱର ଅନନ୍ୟ ସହର ଖୋଜିଥାନ୍ତି। ଯେଉଁଠାରେ ସେମାନେ ସେମାନଙ୍କର ଭ୍ରମଣକୁ ସଫଳ କରିପାରିବେ। କିନ୍ତୁ ଏହି ସହରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍‌ଶୀଘ୍ର ଲୀନ ହେବାକୁ ଯାଉଛି। ଜାଣନ୍ତୁ ଏପରି ସହରଗୁଡ଼ିକ ସମ୍ପର୍କରେ…

ଜାକର୍ତ୍ତା:


ଏହି ତାଲିକାରେ ଜାକର୍ତ୍ତାର ନାମ ପ୍ରଥମେ ରହିଛି। କାରଣ ଏହା ଦୁନିଆର ଦ୍ରୁତତମ ବୁଡ଼ି ଯାଉଥିବା ସହର ଭାବରେ ପରିଗଣିତ। ଏକ ରିପୋର୍ଟ ଅନୁଯାୟୀ, ଉତ୍ତର ଜାକର୍ତ୍ତା ୧୦ ବର୍ଷ ମଧ୍ୟରେ ୨.୫ ମିଟର ସମୁଦ୍ରରେ ବୁଡ଼ି ଯାଇଛି ଏବଂ କିଛି ଅଞ୍ଚଳରେ ପ୍ରତିବର୍ଷ ୨୫ ସେଣ୍ଟିମିଟର ପର୍ଯ୍ୟନ୍ତ ବୁଡ଼ି ଯାଉଛି। ସହରର ୫୦ ପ୍ରତିଶତ ପର୍ଯ୍ୟନ୍ତ ପାଣି ଭିତରକୁ ଚାଲିଗଲାଣି।

ମିଆମି ବିଚ୍‌:


ଦୁନିଆର ଅନ୍ୟତମ ସୁନ୍ଦର ବେଳାଭୂମି ଏବଂ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ମିଆମି ବିଚ୍‌ (ମିଆମି ବିଚ, ଫ୍ଲୋରିଡ଼ା) ଅନ୍ୟତମ। ଏହା ମଧ୍ୟ କିଛିଦିନ ଭିତରେ ଜଳମଗ୍ନ ହେବ। ମିଆମି ସମୁଦ୍ର ପତ୍ତନଠାରୁ ମାତ୍ର ୩ ଫୁଟ ଉଚ୍ଚରେ। ରିପୋର୍ଟ ଅନୁଯାୟୀ, ଏକ ଶତାବ୍ଦୀ ମଧ୍ୟରେ ୩ ଫୁଟ ଉଚ୍ଚତା ମଧ୍ୟ ସମୁଦ୍ର ପତ୍ତନ ଅତିକ୍ରମ କରିବ। ଅଧିକ ବନ୍ୟା ଯୋଗୁ ସମୁଦ୍ରର ସ୍ତର ୬ ଫୁଟ ପର୍ଯ୍ୟନ୍ତ ରହିବ। ସମୁଦ୍ର ନିକଟରେ ଥିବାରୁ ମିଆମି ବିଚ୍‌ ବୁଡ଼ିଯିବ।

ଭେନିସ:


ଭେନିସକୁ ପ୍ରେମ ସହର କୁହାଯାଏ। ଇଟାଲୀରେ ଅବସ୍ଥିତ ଏହି ସହର ପ୍ରତିବର୍ଷ ୧-୨ ମିଲିମିଟର ବେଗରେ ବୁଡ଼ି ଯାଉଛି। କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦି ଏହି ହାରରେ ସହର ବୁଡ଼ିବାକୁ ଲାଗେ, ତେବେ ଆସନ୍ତା ୨୦ବର୍ଷ ମଧ୍ୟରେ ସହର ୮୦ ମିଲିମିଟର ପର୍ଯ୍ୟନ୍ତ ବୁଡ଼ିଯିବ।

ମେକ୍ସିକୋ ସିଟି:


ଊନବୀଂଶ ଶତାବ୍ଦୀରୁ ମେକ୍ସିକୋ ସିଟି ୩୦ ଫୁଟ ପର୍ଯ୍ୟନ୍ତ ବୁଡ଼ି ଯାଇଛି।

ନ୍ୟୁ ଅର୍ଲିଆନ୍ସ:


ମିସିସିପି ନଦୀ ନିକଟରେ ଅବସ୍ଥିତ ଏହି ସହର ସମୁଦ୍ରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୁଡ଼ିଯାଇଛି। ୨୦୫୦ ସୁଦ୍ଧା ସହରର ଏକ ବଡ଼ ଅଂଶ ସମୁଦ୍ରରେ ବୁଡ଼ିଯିବ। ନାସା ଦ୍ୱାରା ଏକ ଅନୁସନ୍ଧାନ କରାଯାଇଥିଲା। ଯେଉଁଥିରୁ ଜଣାପଡିଛି ଯେ, ଏହି ସହର ୨ ଇଞ୍ଚ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଉଛି।

Share