Categories: ଜାତୀୟ

ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସର ଏହି ନେତାଙ୍କ ରହିଛି ଅଧିକ ଡିମାଣ୍ଡ, ଲିଷ୍ଟରେ ଶିବସେନାର ଏହି ହେଭିଓ୍ବେଟଙ୍କ ନାଁ

ନୂଆଦିଲ୍ଲୀ,୧୦।୪: ଦିନ କେଇଟା ପରେ ଲୋକ ସଭା ନିର୍ବାଚନ ୨୦୨୪ର ମହା ସଂଗ୍ରାମ ଆରମ୍ଭ ହେବାକୁ ଯାଉଛି। ଏନେଇ ସବୁଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହାରି ଭିତରେ କଂଗ୍ରେସ ମଧ୍ୟ ନିଜ ପ୍ରଚାର ଅଭିଯାନକୁ ତୀବ୍ର କରିଛି। ସୋନିଆ ଗାନ୍ଧୀଙ୍କ ଠାରୁ ରାହୁଲ ଗାନ୍ଧୀ ଏବଂ ସଚିନ ପାଇଲଟଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ପର୍ଯ୍ୟନ୍ତ ହେଭିଓ୍ବେଟ ନେତା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଏହି ସମୟରେ, କଂଗ୍ରେସର ଏପରି ଏକ ତାଲିକା ଭାଇରାଲ ହେଉଛି ଯେଉଁଥିରେ କିଛି ନେତାଙ୍କ ନାମ ରହିଛି ଯେଉଁମାନଙ୍କ ସାରା ଦେଶରେ ପ୍ରଚାର ପାଇଁ ଅଧିକ ଚାହିଦା ରହିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଲିଷ୍ଟରେ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟ ନାଁ ରହିଛି। ସ୍ତ୍ରୀଙ୍କ ଅସୁସ୍ଥତା ହେତୁ ସେ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସାରା ଦେଶରେ ପ୍ରଚାର ପାଇଁ କେଉଁ କଂଗ୍ରେସ ନେତାଙ୍କ ଅଧିକ ଡିମାଣ୍ଡ ରହିଛି।

ଉତ୍ତର ଭାରତରେ ପ୍ରିୟଙ୍କା ଗାନ୍ଧୀଙ୍କ ସର୍ବାଧିକ ଚାହିଦା ରହିଛି। ଉତ୍ତର ଭାରତ ତଥା ଦକ୍ଷିଣ ଭାରତରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଅଧିକ ଡିମାଣ୍ଡ ରହିଛି। ରାହୁଲ-ପ୍ରିୟଙ୍କାଙ୍କ ଅନୁପସ୍ଥିତିରେ ସଚିନ ପାଇଲଟଙ୍କ ଚାହିଦା ଅଧିକ ରହିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କେବଳ କର୍ନାଟକ ଓ ଦଳିତ ପ୍ରାଧାନ୍ୟ ଆସନରେ ପ୍ରଚାର ପାଇଁ ଡିମାଣ୍ଡରେ ଅଛନ୍ତି। କୌତୁହଳର ବିଷୟ, ମହାରାଷ୍ଟ୍ରର ଆଞ୍ଚଳିକ ନେତାଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ରାଜ୍ୟର କୌଣସି କଂଗ୍ରେସ ଭେଟେରାନ କିମ୍ବା ଶରଦ ପାୱାର ନୁହଁନ୍ତି ବରଂ ଉଦ୍ଧବ ଠାକରେଙ୍କ ଚାହିଦା ଅଧିକ ରହିଛି।

Share