Categories: ଖେଳ

ସଡ଼କ ଦୁର୍ଘଟଣା ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଏସବୁ କ୍ରିକେଟର; ପାଲଟିଥିଲେ ଉଦାହରଣ…

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ବର୍ତ୍ତମାନ ସେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ସ୍ଥିତିରେ ସେ ସୁସ୍ଥ ହୋଇ ଖେଳିବାକୁ ୩ ରୁ ୬ ମାସ ସମୟ ଲାଗିପାରେ ବୋଲି କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏହିପରି କିଛି କ୍ରିକେଟରଙ୍କ ବିଷୟରେ ଯେଉଁମାନେ କାର ଦୁର୍ଘଟଣା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି।

୧-ମହମ୍ମଦ ଶାମି:
ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୧୮ ରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଶାମି ଡେରାଡୁନରୁ ଦିଲ୍ଲୀ ଯାଉଥିବାବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସେ ଆହତ ହୋଇଥିଲେ। ତେବେ ଏଥିରୁ ସୁସ୍ଥ ହେବା ପରେ ଶାମି ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ।

୨-ସାଇରାଜ ବହୁତୁଲେ:
ପୂର୍ବତନ ଭାରତୀୟ କ୍ରିକେଟର ସାଇରାଜ ବହୁତୁଲେ ମଧ୍ୟ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ମୁମ୍ବାଇର ମେରାଇନ ଡ୍ରାଇଭ ନିକଟରେ ସାଇରାଜଙ୍କ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ତାଙ୍କ ସାଙ୍ଗଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ସାଇରାଜଙ୍କ ଗୋଡରେ ଏକ ରଡ୍‌ ଭର୍ତ୍ତି କରିବାକୁ ପଡିଥିଲା। ଦୁର୍ଘଟଣାର ପ୍ରାୟ ଏକ ବର୍ଷ ପରେ ସେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ।

୩-ମସୁର ଅଲି ପଟ୍ଟୌଦୀ
ପୂର୍ବତନ ଭାରତୀୟ ଅଧିନାୟକ ମସୁର ଅଲି ପଟ୍ଟୌଦୀ ମଧ୍ୟ ଥରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ସମୟରେ ତାଙ୍କୁ ୨୦ ବର୍ଷ ହୋଇଥିଲା। ଏହି ଦୁର୍ଘଟଣାରେ ସେ ଡାହାଣ ଆଖି ହରାଇଥିଲେ। ଏହା ପରେ ମଧ୍ୟ ସେ ପଡ଼ିଆରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ।

୪-କୌଶଲ ଲୋକୁରାଚି:
୨୦୦୩ ରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର କୌଶଲ ଲୋକୁରାଚି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଚଳିତ ବର୍ଷ ଶ୍ରୀଲଙ୍କା ପାଇଁ ଡେବ୍ୟୁ କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏହି ଘଟଣା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଲମ୍ବିତ କରିଥିଲା। କିନ୍ତୁ ସେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଥିଲେ।

Share