Categories: ଫୁରସତ

ଆଜିବି ଲକ ଡାଉନ ଭଳି ଜୀବନ ବଞ୍ଚୁଛନ୍ତି ଏହି ପରିବାର

ଆସେକ୍ସ: ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଯେଉଁ ସମୟ ଥିଲା ତାହା ଆଜିବି ସଭିଙ୍କ ମନରେ ରହିଛି। ଲୋକମାନେ ଏହି ସମୟରେ ବାହାରକ ବାହାରିବା, ପ୍ରିୟଜନଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। ରାଶନଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଲୋକେ ଅନଲାଇନରେ ମଗାଇବାକୁ ପସନ୍ଦ କରୁଥିଲେ। ଏହାର କାରଣ ଥିଲା ପ୍ରାଣଘାତି କରୋନା ଭାଇରସ। ଏବେ କିନ୍ତୁ ସମୟ ବଦଳିଛି। ଜୀବନ ପୁଣି ଟ୍ରାକକୁ ଫେରିଛି। ସବୁକିଛି ସାମାନ୍ୟ ହୋଇଯାଇଛି। ହେଲେ ଇଂଲଣ୍ଡରେ ଏମିତି ଏକ ପରିବାର ରହିଛନ୍ତି ଯିଏ ଆଜିବି ଲକଡାଉନ ଭଳି ଜୀବନ ବଞ୍ଚୁଛନ୍ତି। ଯାହା ସେମାନେ ୪ ବର୍ଷ ପୂର୍ବେ ପାଳନ କରୁଥିଲେ।
ମିରର ଓ୍ବେସାଇଟର ରିପୋର୍ଟ ଅନୁଯାୟୀ, ୫୯ ବର୍ଷୀୟ କପଲ ଗାର୍ଡନ-ମ୍ୟାଣ୍ଡି ଇଂଲଣ୍ଡର ଏସେକ୍ସରେ ରୁହନ୍ତି। ଏମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏମାନଙ୍କ ମଧ୍ୟରୁ ତାଙ୍କର ସାନପୁଅ ମୌସମଙ୍କ ବୟସ ୨୨ ବର୍ଷ। ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପରିବାର ଆଜିବି କରୋନା ଭାଇରସ ସମୟରେ ପାଳନ କରୁଥିବା ନିୟମ ପାଳନ କରୁଛନ୍ତି। ବହୁବାର ହାତ ଧୋଉଛନ୍ତି, ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରୁଛନ୍ତି। ଘରକୁ ଆସୁଥିବା ଜିନିଷକୁ ସଫା କରୁଛନ୍ତି ଇତ୍ୟାଦି।
ତେବେ ଏହା ପଛର କାରଣ ହେଉଛି ମୌସମ କ୍ରନ (crohns)ନାମକ ଏକ ରୋଗରେ ପୀଡିତ ଥିବା କଥା ୨୦୧୭ରେ ଜଣାପଡିଥିଲା। ଏହି ରୋଗରେ ପେଟରୁ ଆରମ୍ଭ କରି ମସଲସ ପର୍ଯ୍ୟନ୍ତ ଭୟଙ୍କର ପେନ୍‌ ହୋଇଥାଏ। ସେବେଠାରୁ ସେ କେମୋଥେରାପି ଟାବଲେଟ ନେଉଛନ୍ତି ଏବଂ ପ୍ରତି ସପ୍ତାହରେ ଇଞ୍ଜେକସନ ନେଉଛନ୍ତି। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ନାହିଁ କହିଲେ ଚଳେ। ତେଣୁ ଏହି ଯୁବକଙ୍କୁ ଯେ କୌଣସି ରୋଗ ସହଜରେ ଆକ୍ରାନ୍ତ କରିପାରେ। ତେଣୁ ତାଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପରିବାର ଆଜିବି ଲକଡାଉନ ଭଳି ଜୀବନ ବଞ୍ଚୁଛନ୍ତି।

Share