ମଦ୍ୟପାନ ଠାରୁ ଅଧିକ ବିପଜ୍ଜନକ ଏହିସବୁ ଖାଦ୍ୟ: ରୁହନ୍ତୁ ସାବଧାନ

ଘରେ ଆମେ ପ୍ରାୟତଃ ଶୁଣିଥାଉ ଯେ ମଦ୍ୟପାନ ଶରୀର ପାଇଁ ଭଲ ନୁହେଁ।ଏହାକୁ ପିଉଥିବା ଲୋକମାନେ ରୋଗର ଶିକାର ହୁଅନ୍ତି। ତେଣୁ ସର୍ବଦା ମଦ୍ୟପାନରୁ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ପଦାର୍ଥର ନାମ କହିବାକୁ ଯାଉଛୁ ଯାହା ମଦ୍ୟପାନ ଅପେକ୍ଷା ଅଧିକ ବିପଜ୍ଜନକ।

ସୋଡିୟମ

ସୋଡିୟମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଅତ୍ୟଧିକ ସୋଡିୟମ ଖାଇବା ଦ୍ୱାରା ବ୍ଲଡ ପ୍ରେସର ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥାଏ। କେବଳ ଏତିକି ନୁହେଁ, ଅତ୍ୟଧିକ ସୋଡ଼ିୟମ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ। ଲୁଣରେ ବହୁତ ପରିମାଣର ସୋଡିୟମ ଥାଏ। ତେଣୁ ଲୁଣକୁ କମ ଖାଇବା ଉଚିତ୍‌।

ବିଶୋଧିତ ଚିନି
ସୋଡା, କ୍ୟାଣ୍ଡି, ପେଷ୍ଟ୍ରି ଏବଂ କେକ ପରି ବଜାରରେ ଉପଲବ୍ଧ ମିଠା ଜିନିଷରେ ବିଶୋଧିତ ଚିନି ରହିଥାଏ। ଏହାକୁ ଖାଇବା ଦ୍ୱାରା ହଠାତ୍‌ ଓଜନ ବଢିଯାଏ। ଏହି କାରଣରୁ ଫ୍ୟାଟି ଲିଭରର ସମସ୍ୟା ଆରମ୍ଭ ହୁଏ। ତେଣୁ ଚିନି କମ୍‌ ଖାଇବାକୁ ଚେଷ୍ଟା କରନ୍ତୁ। ଏହିପରି ଚିନି ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ।

ପ୍ରୋସେସ୍ଡ ମିଟ୍‌

ପ୍ରୋସେସ୍ଡ ମିଟ୍‌ ବା ପ୍ରକ୍ରିୟାକୃତ ମାଂସରେ ସୋଡିୟମ ଏବଂ ନାଇଟ୍ରେଟ ଅଧିକ। ଏବଂ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାକୁ ଅଧିକ ଖାଇବା ଦ୍ୱାରା ଶରୀରରେ ଅନେକ ଗମ୍ଭୀର ରୋଗ ହୋଇପାରେ।

ଥଣ୍ଡା ପାନୀୟ
ଆଜିକାଲି ଲୋକମାନେ ବହୁତ ଥଣ୍ଡା ପାନୀୟ ପିଉଛନ୍ତି। ଯେଉଁମାନେ ପ୍ରତିଦିନ ଥଣ୍ଡା ପାନୀୟ ପିଉଛନ୍ତି ସେମାନେ ଫ୍ୟାଟି ଲିଭରରେ ପୀଡିତ ହୋଇପାରନ୍ତି। ତେଣୁ ଖାଦ୍ୟରେ ତାଜା ଜୁସ୍‌ ବ୍ୟବହାର କରାଯିବା ଉଚିତ ଏବଂ କୋଲ୍ଡ ଡ୍ରିଙ୍ଗ୍ସକୁ ପିଅନ୍ତୁ ନାହିଁ।